ବଣ୍ଡାଘାଟିରେ ପ୍ରତିଷ୍ଠା ହେବ ବିଏସ୍ଏ‌ଫ କ୍ୟାମ୍ପ; ହଟିବେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ବଣ୍ଡାଘାଟିକୁ ନକ୍ସଲ ନିଜ ଅକ୍ତିଆରକୁ ନେଇଥିବା ବେଳେ ସେହି ଅଂଚଳକୁ ନିଜର ଗଡ ରୂପେ ପ୍ରତିପାଦିତ କରୁଥିଲେ। ତେବେ ଗତ ମାସରେ ବଣ୍ଡାଘାଟିର ଅଣ୍ଡ୍ରାହାଲ ଠାରେ ବିଏସ୍ଏ‌ଫ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଏବେ ମୁଦୁଲିପଡା ଠାରେ ଆଉ ଏକ ବିଏସ୍ଏ‌ଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ମୁଦୁଲିପଡା ଠାରେ ବିଏସ୍ଏ‌ଫ କ୍ୟାମ୍ପ ପ୍ରତିଷ୍ଠା ବେଳେ ବିଏସ୍ଏ‌ଫ ଡିଆଇଜି ପି.କେ.ମିଶ୍ର, କମାଣ୍ଡାଣ୍ଟ ବିକ୍ରମ ଶର୍ମା, ବିଏସ୍ଏ‌ଫ ସିଏମ୍ଓ‌ ଡଃ. ଉତ୍ପଲ ଦାସ, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ବିନୋଦ କୁମାର ମଣ୍ଡଲ, ଏସ୍ପି‌ ରିଶିକେଷ ଖିଲାରୀ, ଡେପ୍ୟୁଟି କମାଣ୍ଡର ରାଜୀବ ରଂଜନ, ଡେପ୍ୟୁଟି କମାଣ୍ଡାଣ୍ଟ(ଜି) ସୌରଭ ଚନ୍ଦ୍ର ବିଷ୍ଣୟୀ, ତହସିଲଦାର ରାମ ଚନ୍ଦ୍ର ନାୟକ, ପ୍ରଜେକ୍ଟ ମ୍ୟାନେଜର ଶିବରାମ ନାୟକ, ଆଇଆଇସି କମଳାକାନ୍ତ କଅଁର, ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

ମୁଦୁଲିପଡା ଠାରେ ବିଏସଏଫ ବାଟାଲିୟନ ୧୫ ସ୍ଥାପିତ କରାଯାଇଛି। ଏଠାରେ ବିଏସ୍ଏ‌ଫ କ୍ୟାମ୍ପ ପ୍ରତିଷ୍ଠା ପରେ ନକ୍ସଲ ପଛଘୁଞ୍ଚା ଦେବାକୁ ବାଧ୍ୟ ହେବେ ବୋଲି କୁହାଯାଇଛି। ଦୀର୍ଘ ଦିନ ଧରି ବଣ୍ଟାଘାଟିକୁ ନିଜର ଅକ୍ତିଆରରେ ନକ୍ସଲ ନେଇଥିଲେ। ଏହି ଅଂଚଳରେ ଗତିବିଧି ବଢୁଥିବାରୁ ବାଧ୍ୟ ହୋଇ ଏଠାରେ ବିଏସ୍ଏ‌ଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ଏହା ପୂର୍ବରୁ ବହୁ ଥର ପୁଲିସ ନକ୍ସଲ ଏଠାରେ ମୁହାଁମୁହିଁ ହୋଇଛନ୍ତି। ଦୁହିଁଙ୍କର କ୍ଷତି ହୋଇଛି। ତେଣୁ ଆଗକୁ ଏଠାରୁ ନକ୍ସଲଙ୍କୁ ହଟାଇବାକୁ ମାଲକାନଗିରି ପୁଲିସ ବିଏସ୍ଏ‌ଫ କ୍ୟାମ୍ପକୁ ଏଠାରେ ପ୍ରତିଷ୍ଠା ନେଇ ଯୋଜନା କରିଥିଲା।

ସମ୍ବନ୍ଧିତ ଖବର