ସ୍ବଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ: ବିଏସ୍‌ଏଫ ଡିଆଇଜି କଲେ ରାସ୍ତା ସଫେଇ

ମାଲକାନଗିରି: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲାକନଗିରି ଏମଭି-୩ରେ ଥିବା ୧୬୦ ବିଏସ୍‌ଏଫ ବାଟାଲିୟନ ତରଫରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୨୦୧୪ ମସିହାରୁ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ମହାତ୍ମା ଗାନ୍ଧୀ ସବୁବେଳେ ଦେଶକୁ ସ୍ବଚ୍ଛ ରଖିବା ନେଇ ମତ ପ୍ରକାଶ କରୁଥିଲେ। ଯାହାଫଳରେ ଦେଶରେ ଏବେ ସ୍ବଚ୍ଛ ଭାରତ ମିଶନରେ ବିଭିନ୍ନ ସଂଗଠନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତରଫରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ତେବେ ବିଏସଏଫ ଡିଆଇଜି ସଂଜୟ କୁମାର ସିଂହଙ୍କ ନେତୃତ୍ବରେ ଆଜି ୩୨୬ ଜାତୀୟ ରାଜପଥ ସମେତ ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଟୁଆଇସି ରାକେଶ କୁମାର ସିଂହ ସମେତ ସମସ୍ତ ବିଏସଏଫ ଯବାନ ମଧ୍ୟ ସାମିଲ ଥିଲେ। ବିଏସଏଫ ତରଫରୁ ଦୁର୍ଗମ ନକ୍ସଲ ପ୍ରବଣ ଗ୍ରାମ ଗୁଡିକରେ ମଧ୍ୟ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମରେ ସଫେଇ କରାଯାଇଥିଲା। ଗ୍ରାମବାସୀ ଏକତ୍ରୀତ ହୋଇ ଯବାନଙ୍କ ସହ ମିଶି ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର