ବିଏସଏଫ୍ ତରଫରୁ ମାଗଣା ସ୍ବାସ୍ଥ୍ୟ ସେବା

ଗୋବିନ୍ଦପାଲ୍ଲୀ: ମାଲକାନଗିରି ଜିଲ୍ଲାର ଗୋବନ୍ଦପାଲ୍ଲୀ ଠାରେ ଅବସ୍ଥାପିତ ୧୫୧ ବିଏସଏଫ ବାଟାଲିୟନ ତରଫରୁ କମଳାପଦର ଗ୍ରାମରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଆଖପାଖ ୫ଟି ଗ୍ରାମର ଶତାଧିକ ମହିଳା,ପୁରୁଷ ଏବଂ ଶିଶୁମାନେ ଏହି ସ୍ବାସ୍ଥ୍ୟ ଶିବିରରେ ଉପସ୍ଥିତ ରହି ନିଜର ସ୍ବାସ୍ଥ୍ୟର ପରୀକ୍ଷା କରାଇଥିଲେ।ବିଏସଏଫ ତରଫରୁ ସମସ୍ତଙ୍କୁ ଚିକିତ୍ସା କରାଯାଇ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା।ବିଏସଏଫ ଡାକ୍ତରମାନେ ହିଁ ଏହି ଚିକିତ୍ସା କରିଥିଲେ।

ପ୍ରକାଶ ଥାଉକି ବିଏସଏଫ କେବଳ ନକ୍ସଲ ଦମନ ନେଇ ଏଠାରେ ଅବସ୍ଥାପିତ ହୋଇନାହାନ୍ତି।ବରଂ ଜିଲ୍ଲାବାସୀଙ୍କ ସୁଖଦୁଃଖରେ ଭାଗିଦାରି ହେବା ସହ ସମାଜର ମଙ୍ଗଳ କାମରେ ମଧ୍ୟ ନିଜକୁ ନିୟୋଜିତ କରିଥାନ୍ତି। ରକ୍ତଦାନ କରିବା ସଙ୍ଗେ ସଙ୍ଗେ ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ଲୋକଙ୍କ ସଚେତନ କରାଇବା ଭଳି କାର୍ଯ୍ୟ ମଧ୍ୟ କରନ୍ତି।

ତେବେ ସ୍ଥାନୀୟ ବିଏସଏଫ ତରଫରୁ ଏଭଳି କାର୍ଯ୍ୟକ୍ରମରେ ଉପସ୍ଥିତ ଆଦିବାସୀ ମହିଳା ପୁରୁଷ ଉପକୃତ ହୋଇପାରିଥିବାରୁ ଯବାନଙ୍କୁ ପ୍ରଶଂସା କରିଥିଲେ। ଆଗକୁ ନକ୍ସଲକୁ ସମର୍ଥନ ନକରି ବିକାଶକୁ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର