ମାଲକାନଗିରି : ଗତ ଦୁଇ ଦିନ ଧରି ବିଏସଏଫ ଆଇଜି ସତୀଶ ଚନ୍ଦ୍ର ବୁଡକୋଟି ମାଲକାନଗିରି ଗସ୍ତରେ ଆସି ମାଓ ସମୀକ୍ଷା କରି ଫେରିଛନ୍ତି । ବିଏସଏଫ ଆଇଜିଙ୍କ ସହ ମାଲାକନଗିରି ବିଏସଏଫ ଡିଆଇଜି ସଞ୍ଜୟ କୁମାର ସିଂ ମଧ୍ୟ ଉପସ୍ଥିତ ରହି ଓଡିଶା –ଛତିଶଗଡ ସୀମାରେ ରହିଥିବା ବିଏସଏଫ କ୍ୟାମ୍ପ ଏବଂ ଓଡିଶା –ଆନ୍ଧ୍ର ସୀମାରେ ରହିଥିବା ବିଏସଏଫ କ୍ୟାମ୍ପଗୁଡିକୁ ବୁଲି ଦେଖିବା ସହ ସେଠାରେ ରହୁଥିବା ଯବାନଙ୍କ ମନବଳ ଦୃଢ କରିଥିଲେ।ସ୍ବାଭିମାନ ଅଂଚଳର ଜାନବାଇ ଏବଂ ଡାଇକ-୩ରେ ଥିବା ବିଏସଏଫ କ୍ୟାମ୍ପରେ ପହଞ୍ଚି ମାଓ ସମୀକ୍ଷା କରିଥିଲେ।ସେଠାରୁ ଫେରି ଓଡିଶା-ଛତିଶଗଡ ସୀମାରେ ରହିଥିବା ତେନ୍ତୁଳିଗୁମ୍ମା ଅଂଚଳ ପରିଦର୍ଶନ କରିଥିଲେ।ସେଠାରେ ମଧ୍ୟ ଯବାନଙ୍କୁ ଭେଟି ସେହି ଅଂଚଳର ସ୍ଥିତି ସଂପର୍କରେ ପଚାରି ବୁଝିଥିଲେ।ପରେ ଜିଲ୍ଲାପାଳ ବିଶାଲ ସିଂ ଏବଂ ଏସପି ପ୍ରହ୍ଲାଦ ସହାୟ ମୀନାଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।ବିଶେଷକରି ମାଓ ଗତିବିଧି ଏବଂ କୋଭିଡର ସ୍ତିତି ସଂପର୍କରେ ଆଲୋଚନା କରିଥିଲେ।ମାଲକାନଗିରି ବିଏସେଫ କ୍ୟାମ୍ପରେ କୋଭିଡର ସ୍ଥିତି କିପରି ରହିଛି ତାହା ମଧ୍ୟ ଡିଆଇଜି ସହ ଆଲୋଚନା କରିଥିଲେ।ଯେପରି କୋଭିଡ କୌଣସି ଯବାନଙ୍କୁ ଆକ୍ରାନ୍ତ ନକରେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଥିଲା।ପ୍ରକାଶ ଥାଉକି ମାଲକାନଗିରି ଜିଲ୍ଲାକୁ ଗତ୨୦୧୦ ମସିହାରେ ବିଏସଏଫ ଆସିଥିଲା।ମାଲକାନଗିରି ଜିଲ୍ଲା ଏବଂ କୋରାପୁଟ ଜିଲ୍ଲାରେ ବିଏସଏଫ ପ୍ରାୟ ୧୧ ବର୍ଷ ଧରି ପୁଲିସ ସହ ମିଳିତ ଭାବେ କାମ କରିଆସୁଛି।ବିଏସଏଫ ଯୋଗୁଁ ଆଜି ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ଲୋକେ ଶାନ୍ତିରେ ଶୋଇପାରୁଥିବାରୁ ସେ ପ୍ରଶଂସା କରିଥିଲେ।ପୁଲିସ ସହ ଯୋଗାଯୋଗ ସ୍ଥାପନ କରି ସବୁବେଳେ ଏହି ଅଂଚଳକୁ ନକ୍ସଲ ଦମନ ଠାରୁ ଦୁରରେ ରଖିବାରେ ବିଏସଏଫ ସଫଳ ହୋଇ ଆସିଛି ବୋଲି କୁହାଯାଇଥିଲା।
ବିଏସଏଫ ଆଇଜି ଓଡିଶା-ଛତିଶଗଡ ଏବଂ ଓଡିଶା-ଆନ୍ଧ୍ର ସୀମା ବୁଲିଲେ
ଜିଲ୍ଲାପାଳ ଏବଂ ଏସପିଙ୍କ ସହ ମାଓ ଏବଂ କୋଭିଡ ସମୀକ୍ଷା କଲେ
/sambad/media/post_attachments/wp-content/uploads/2021/09/Mkg-BSF-IG-visited-border-area-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)