ବିଏସ୍‌ଏଫ୍‌ର ଜନସମ୍ପର୍କ କାର୍ଯ୍ୟକ୍ରମ: ଆତ୍ମନିର୍ଭରଶୀଳତା ପାଇଁ ଯୁବକଙ୍କୁ ମିଳିଲା ଆହ୍ବାନ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରିଠାରେ ଅବସ୍ଥାପିତ ବିଏସ୍‌ଏଫ୍‌ ୧୫୧ ବାଟାଲିୟନ ତରଫରୁ ଏକ ଜନସଂପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଏସ୍‌ଏଫ୍‌ କ୍ୟାମ୍ପ ପରିସରରେ କାର୍ଯ୍ୟକ୍ରମରେ ରାମଗିରି ସମେତ ଆଖପାଖ ଅଞ୍ଚଳର ଯୁବକ ଯୋଗ ଦେଇଥିଲେ। ଦ୍ଵିତୀୟ କମାଣ୍ଡେଣ୍ଟ ପ୍ରବୀଣ କୁମାରଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ଆହ୍ବାନ ଦିଆଯାଇଥିଲା। ବିଶେଷ କରି ‌କୌଣସି ନିଯୁକ୍ତି ପାଇ ନଥିବା ବେକାର ହୋଇ ବସିଥିବା ଯୁବ ବର୍ଗ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ ବିଏସଏଫ ତରଫରୁ

ଏକ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ପ୍ରକାଶ କରିବା ସହ ପ୍ରଥମ ଦିନରେ ୧୨ ଜଣ ଯୁବକଙ୍କୁ ଇଲେକ୍ଟ୍ରିସିଆନ୍ ରୂପେ ତାଲିମ୍ ପ୍ରଦାନ କରାଯାଇଥିଲା। ଏକ ସପ୍ତାହ ଧରି ଯୁବକମାନଙ୍କୁ ତାଲିମ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିବା ଏବଂ ସେମାନଙ୍କୁ ବିଦ୍ୟୁତ ସରଯାଂମ (କିଟ୍) ପ୍ରଦାନ କରାଯିବ ବୋଲି ପ୍ରବୀଣ କୁମାର ପ୍ରକାଶ କରିଛନ୍ତି।

ଏଭଳି ତାଲିମ କେନ୍ଦ୍ର ବ୍ଲକର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ବିଏସଏଫ କ୍ୟାମ୍ପ ତରଫରୁ ଆୟୋଜନ କରାଯିବା ନେଇ ସ୍ଥିର କରାଯାଇଥିବା ବେଳେ ପରବର୍ତ୍ତୀ ତାଲିମ ଶିବିର ମନ୍ତ୍ରୀଆମ୍ବ ଠାରେ ଆୟୋଜନ କରାଯିବ ବୋଲି ପ୍ରକାଶ କରିଥିଲେ। ଯୁବକ ମାନେ ଆତ୍ମନିର୍ଭରଶୀଳ ହେବା ସହ ବେକାରୀ ସମସ୍ୟା ଦୂର କରିବା ପାଇଁ ଅଗ୍ରସର ହୁଅନ୍ତୁ ବୋଲି ପରାମର୍ଶ ମଧ୍ୟ ଦେଇଥିଲେ। ସ୍ଥାନୀୟ ସରପଞ୍ଚ ଏହି ପଦକ୍ଷେପକୁ ସ୍ୱାଗତ ଜଣାଇବା ସହ ସଫଳତା କାମନା କରିଥିଲେ।

ସମ୍ବନ୍ଧିତ ଖବର