ମାଲକାନଗିରି: ମାଲକାନଗିରି ଠାରେ ଅବସ୍ଥାପିତ ବିଏସଏଫ ଏବଂ ଜିଲ୍ଲା ପୁଲିସର ମିଳିତ ଚଢାଉରେ ଆଜି ନକ୍ସଲ ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।
କାଲିମେଳା ବ୍ଲକ ଅନ୍ତର୍ଗତ ଗୋମ୍ଫାକୋଣ୍ଡା ବନାଞ୍ଚକୁ ଲାଗି ରହିଥିବା ମାରିଗେଟା ଅଞ୍ଚଳରେ ନକ୍ସଲ ବିପୁଳ ପରିମାଣରେ ବିସ୍ଫୋରକ ଲୁଚାଇ ରଖିଥିଲେ। ଯାହାକୁ ବଡିଗେଟାରେ ରହିଥିବା ୭୬ ବିଏସଏଫ ବାଟାଲିୟନର ଯବାନମାନେ କୁମ୍ବିଂ କରୁଥିବା ସମୟରେ ଉଦ୍ଧାର କରିଥିଲେ।
/sambad/media/post_attachments/wp-content/uploads/2021/01/Mkg-BSF-recovred-detonetor-1-300x139.jpg)
ଏଥିରେ ଜିଲୋଟିନ ଷ୍ଟିକ,ଡିଟୋନେଟର ସହ ବିଦ୍ୟୁତ ତାର,ଡିଟୋନେଟର,ବିଭିନ୍ନ ଅନ୍ୟ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। ନକ୍ସଲ ଏହି ବିସ୍ଫୋରକକୁ ବ୍ୟବହାର କରି ଯବାନଙ୍କୁ ଏବଂ ପୁଲିସକୁ ଟାର୍ଗେଟ କରିଥାନ୍ତେ। ତେବେ ବିଏସଏଫ ଯବାନଙ୍କ ଏହି ସଫଳତା ପରେ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିବା କୁହାଯାଇଛି।
ଓଡିଶା ଛତିଶଗଡ ବଡର ଅଂଚଳରେ ନକ୍ସଲ ଏଭଳି ବ୍ୟାପକ ବିସ୍ଫୋରକଗୁଡିକ ଲୁଚାଇ ରଖିଥିବା ଅନୁମାନ କରାଯାଏ। ସେଥିମଧ୍ୟରୁ ଏହା ଅନ୍ୟତମ।ପୂର୍ବରୁ ମାଲକାନଗିରି ପୁଲିସ ସ୍ବାଭିମାନ ଅଂଚଳକୁ ଲାଗି ରହିଥିବା ଜଂଗଲରୁ ବ୍ୟାପକ ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ କରିସାରିଛନ୍ତି।ତେବେ ନକ୍ସଲଙ୍କ ଯୋଜନା ପଣ୍ଡ ହୋଇଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Mkg-BSF-recovred-detonetor-2.jpg)