ରକ୍ତଦାନ କରି ମହିଳାଙ୍କ ଜୀବନ ବଞ୍ଚାଇଲେ ବିଏସଏଫ୍ ଯବାନ

ଜୟପୁର: ଦେଶମାତୃକାର ସେବା କରି ସୀମାନ୍ତରେ କାମ କରୁଥିବା ଜଣେ ବିଏସଏଫ୍ ଯବାନ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଜଣେ ମହିଳାଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି । ଯବାନ ଜଣକ ହେଲେ ରାମଗିରୀ ଅଞ୍ଚଳର ଦିଲ୍ଲୀପ ବାରିକ। ସେ ଗତ କିଛି ଦିନ ହେବ ଛୁଟିରେ ଘରକୁ ଆସିଛନ୍ତି।

ଆଜି ସେ ସାମାଜିକ ଗଣମାଧ୍ୟମରେ ଦେଖୁଥିବା ବେଳେ ତାଙ୍କ କିଛି ବନ୍ଧୁ ମାନେର ଜଣେ ମହିଳା ରୋଗୀଙ୍କୁ ତୁରନ୍ତ ‘ଓ’ ପଜିଟିଭ୍ ଗୃପର ରକ୍ତର ଆବଶ୍ୟକତା ରହିଥିବା ସଂପର୍କରେ ପୋଷ୍ଟ କରିଥିଲେ। ସେ ଏହାକୁ ଦେଖି ତୁରନ୍ତ ତାଙ୍କ ବନ୍ଧୁମାନଙ୍କ ସହ ଯୋଗାଯୋଗ କରିବା ସହ ନିଜେ ରକ୍ତଦାନ କରିବେ ବୋଲି କହିଥିଲେ। ଜୟପୁର ରକ୍ତଭଣ୍ଡାରକୁ ଆସି ନିଜେ ରକ୍ତଦାନ କରିଥିଲେ।

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ପୁଣି ଜୟପୁର ରକ୍ତଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି। ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ମହିଳା ରୋଗୀ ରଇନା ଭତରାଙ୍କ ପାଇଁ ‘ଓ’ ପଜିଟିଭ୍ ରକ୍ତର ଆବଶ୍ୟକତା ପଡ଼ିଥିଲା। ରୋଗୀଙ୍କ ସଂପର୍କୀୟମାନେ ଜୟପୁର ରେଡକ୍ରସ ରକ୍ତଭଣ୍ଡାରକୁ ରକ୍ତ ପାଇଁ ଯାଇଥିଲେ। ତେବେ ସେଠାରେ ରକ୍ତ ଜମା ନଥିବା ସଂପର୍କରେ କୁହାଯାଇଥିଲା। ନିଜେ ସଂଗ୍ରହ କରିବାକୁ କହିଥିଲେ। ଚିନ୍ତାରେ ପଡ଼ିଥିଲେ ପରିବାରବର୍ଗ । ଏମାନେ ଖୋଜା ଖୋଜି କରୁଥିବା ବେଳେ ଖାଣ୍ଟି କୋରାପୁଟିଆ ସାମାଜିକ ଗଣମାଧ୍ୟମଗୃପର ସଭ୍ୟମାନଙ୍କ ସହ ଏହି ପରିବାରବର୍ଗର ଦେଖାସାକ୍ଷାତ ହୋଇଥିଲା।

ଏମାନେ ରକ୍ତର ଆବଶ୍ୟକତା ସଂପର୍କରେ କହିବା ପରେ ଏହି ସାମାଜିକ ଗଣମାଧ୍ୟମରେ ଏହାକୁ ପୋଷ୍ଟ କରାଯାଇଥିଲା। ତେବେ ଦିଲ୍ଲୀପ ସୀମାନ୍ତରେ ଦେଶ ମା’କୁ ଜଗିବା ସହ ଜଣେ ମହିଳାଙ୍କ ଜୀବନ ବଞ୍ଚାଇବାକୁ ସାଧାରଣରେ ତାଙ୍କର ଏଭଳି ପଦକ୍ଷେପକୁ ସ୍ବାଗତ କରାଯାଇଛି। ସେ ଏଥିପୂର୍ବରୁ କ୍ୟାମ୍ପରେ ଥିବା ସମୟରେ ଆୟୋଜନ ହୋଇଥିବା ସ୍ବଇଚ୍ଛାକୃତ ରକ୍ତଦାନ ଶିବିରରେ ୨୦ଥର ରକ୍ତଦାନ କରିସାରିଥିବା କହିଛନ୍ତି। ରକ୍ତଦାନ କରିବା ପରେ ତାଙ୍କୁ ବହୁତ ଆତ୍ମସନ୍ତୋଷ ମିଳିଛି ବୋଲି କହିଛନ୍ତି ଦିଲ୍ଲୀପ।

ସମ୍ବନ୍ଧିତ ଖବର