ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ବିଏସ୍‌ଏଫ୍‌ ଯବାନ, ସନ୍ତାନ ଜନ୍ମ ହେବା ପରେ ଛାଡ଼ି ଚାଲିଗଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜଣେ ବିଏସ୍‌ଏଫ୍‌ ଯବାନ ବିବାହର ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିଥିବା ଅପରାଧରେ ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ବିଏସ୍‌ଏଫ୍‌ ଯବାନଙ୍କ ନାମ ସୁରେଶ କୁମାର ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲାର ଏମଭି ୭୯କ୍ୟାମ୍ପରେ ଥିବାବେଳେ ସୁରେଶ ଜଣେ ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ। ବିବାହ କରିବେ ବୋଲି କହି ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ ସୁରେଶ । ଏହାର ବର୍ଷକ ପରେ ଯୁବତୀ ଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହାପରେ ସୁରେଶ ମହିଳାଙ୍କୁ ମୁର୍ସିଦାବାଦ ନେଇ ଯାଇଥିଲେ। ସେଠାରେ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ ଓ ପରେ ମହିଳାଙ୍କୁ ତାଙ୍କ ଘରକୁ ପଠାଇ ଦେଇଥିଲେ । ଏହାପରେ ମହିଳା ସୁରେଶଙ୍କ ସହିତ ବହୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, ହେଲେ ବିଫଳ ହୋଇଥିଲା। ଦୁଇ ବର୍ଷ ଅପେକ୍ଷା କରିବା ପରେ ସୁରେଶ ମହିଳାଙ୍କ ସହିତ କୌଣସି ସଂପର୍କ ରଖି ନଥିଲେ। ଏହାପରେ ମହିଳା ବାଧ୍ୟ ହୋଇ ଚିତ୍ରକୋଣ୍ଡା ଥାନାରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗ କ୍ରମେ ପୁଲିସ ସୁରେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର