୯ ଜିଲ୍ଲାରେ ୪୮୩  ଟାୱାର ବସାଇବ ବିଏସଏନଏଲ, ଫୋକସରେ ମାଓ ପ୍ରବଣ ଅଞ୍ଚଳ, କୋରାପୁଟରେ ବସିବ ୮୫ ଟାୱାର 

କୋରାପୁଟ :  କୋରାପୁଟ ଜିଲ୍ଲା ସହ ଓଡ଼ିଶାର ୯ଟି ଜିଲ୍ଲାରେ ବସିବ ୪୮୩ ବିଏସଏନଏଲ ଟାୱାର। ୟୁନିଭର୍ସାଲ ସର୍ଭିସ ଓବ୍ଲିଗେସନ ଫଣ୍ଡ(ୟୁଏସଓଏଫ) ଏଲଡବ୍ଲୁଇ ଫେଜ୍-୨ରେ ଏହି ଜିଲ୍ଲାଗୁଡିକରେ ବସିବ ବିଏସଏନଏଲ ଟାୱାର । ଏନେଇ ଆଜି ସ୍ଥାନୀୟ ସର୍କିଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଏସଏନଏଲର ବରିଷ୍ଠ ଡେପୁଟି ଡାଇରେକ୍ଟର ଜେନେରାଲ ଓ ରାଜ୍ୟ ମୁଖ୍ୟ ବି.କେ ନାୟକ । ଏହି ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲ୍ଲୀ, ନିର୍ଦ୍ଦେଶକ ପି.କେ ଚାନ୍ଦ, ଅନସୁଲ ଅଗ୍ରୱାଲ, ଏସ.କେ ମହାପାତ୍ର, ଏସଡିଏମ ରାଜେନ୍ଦ୍ର ମାଝିଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ରହିଥିଲେ।

ଶ୍ରୀ ନାୟକ କହିଛନ୍ତି ଯେ, ଟେଲିକମ୍‌ ବିଭାଗ ପକ୍ଷରୁ କୋରାପୁଟ ଜିଲ୍ଲା‌ରେ ୮୫ଟି, ମାଲକାନଗିରି ଜିଲ୍ଲାରେ ୧୨, ରାୟଗଡା ଜିଲ୍ଳାରେ ୩୩, ନବରଙ୍ଗପୁର ଜିଲ୍ଲାରେ ୨୨, କନ୍ଧମାଳରେ ୯୬, କଳାହାଣ୍ଠଡିରେ ୬୬, ନୂଆପଡାରେ ୪୯, ବରଗଡରେ ୨ଟି ଓ ବୌଦ୍ଧରେ ୨ ଟାୱାର ବସିବାକୁ ଯୋଜନା ରହିଛି। ଆସନ୍ତା ୬ ମାସରେ ଜିଓ ସହ ମିଶି ସର୍ଭେ କାର୍ଯ୍ୟ କରାଯିବାକୁ ଯୋଜନା ରହିଥିବାବେଳେ ୧ ବର୍ଷ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ। ସବୁଠୁ ବଡ କଥା ହେଲା ଏହି ଯେଉଁ ଟାୱାର ବସିବ ସବୁ ଜାଗା ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ। ୧୦ ବର୍ଷ ପାଇଁ ଜିଓ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେବାକୁ ରହିଥିବାବେଳେ ବିଦ୍ୟୁତ ସଂ‌ଯୋଗ କରାଯିବାକୁ ଯୋଜନା ରହିଥିବାବେଳେ ସବୁ ଖର୍ଚ୍ଚ ଜିଓ ବହନ କରିବ ବୋଲି ସେ କହିଛନ୍ତି।  ସେ ଆହୁରି କହିଛନ୍ତି ଯେ ବିସଏନଏଲ ପକ୍ଷରୁ ଭାରତ ବ୍ରୋଡବ୍ୟାଣ୍ଡ ନେଟୱାର୍କ ଯୋଗାଣ ହେଉଛି। ପ୍ରତି ଗ୍ରାମପଞ୍ଚାୟତକୁ ହାଇସ୍ପିଡ ଇଣ୍ଟନନେଟ ଯୋଗାଣ ହେବାକୁ ଯୋଜନା ରହିଥିବାବେଳେ ଏଥିପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏବେ ଯାଏ କୋରାପୁଟ ଜିଲ୍ଲାରେ ୨୩୮ଟି ଜିପିରୁ ୧୮୫ଟି ଜିପିରେ ଇଣ୍ଟରନେଟ ସେବା ରହିଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ୧୮୯ରୁ ୧୮୭, ରାୟଗଡାରେ ୧୮୧ରୁ ୧୫୭, ମାଲକାନଗିରି ଜିଲ୍ଲାରେ ୧୧୫ରୁ ୪୧ଟି, କଳାହାଣ୍ଡିରେ ୩୧୨ରୁ ୨୬୬, ନୂଆପଡାରେ ୧୩୧ରୁ ୧୩୧, କନ୍ଧମାଳରେ ୧୭୧ରୁ ୧୫୧ ଗ୍ରାମପଞ୍ଚାୟତରେ ଇଣ୍ଟରନେଟ୍‌ ସେବା ଯୋଗାଣ ହୋଇଛି। ପୂର୍ବରୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ମୌଳିକ ଆଧାର ରହିଥିବାବେଳେ ମୋବାଇଲ ଓ ଇଣ୍ଟରନେଟ୍‌ ମୌଳିକ ଆଧାର ରହିଥିବା ସେ କହିଛନ୍ତି।

ଏନେଇ ବରୁଣ ଗୁଣ୍ଟୁପାଲି କହିଛନ୍ତି ଯେ ମାଓ ଗତିବିଧି ରହିଥିବାରୁ ମୋବାଇଲ ସେବା ଯୋଗାଣ ହେଲେ ସେମାନଙ୍କୁ ଟ୍ରେସ କରିବା ସେମାନଙ୍କ ଗତିବିଧି ଜାଣିବା ସହଜ ହେବ। ବିଏସଏନଏଲ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ମୁଁ ସ୍ବାଗତକରୁଛି ବୋଲି ସ‌େ କହିଛନ୍ତି।

ସମ୍ବନ୍ଧିତ ଖବର