ଜୟପୁର: ଜାତୀୟ ରାଜପଥ ୨୬ର ପ୍ରଶସ୍ତିକରଣ ଓ ନବୀକରଣ କାମ ଚାଳିଛି। ଆମ୍ବାଗୁଡା ଠାରେ ରାସ୍ତା ୪ଫୁଟ ଉପରକୁ ମାଡି ଆସିଛି। ବହୁ ଘର ତଳକୁ ରହିଛି। ତେବେ ଏଠାରେ ଏନଏଚ୍ ପକ୍ଷରୁ ନାଳ ନିର୍ମାଣ କରାଯାଉନାହିଁ।

Advertisment

ବର୍ଷାଦିନରେ ରାସ୍ତାର ପାଣି ସବୁ ଘର ଭିତରକୁ ପଶିବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ। ତୁରନ୍ତ ଆମ୍ବାଗୁଡ଼ା ଅଂଚଳ ଦେଇ ଯାଇଥିବା ଜାତୀୟ ରାଜପଥରେ ନାଳ ନିର୍ମାଣ କରିବାକୁ ସମାଜସେବୀ ବି.ହରିରାଓଙ୍କ ସହ ଏମ୍ ଶ୍ରୀରାମ ମୂର୍ତ୍ତି, ମୋତିରାମ ଗୌଡ଼, ଶରତ କୁମାର ତାରିଣୀଙ୍କ ସହ ଅନ୍ୟ ଗ୍ରାମବାସୀମାନେ ଦାବି କରି ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ତା’ ସହ ଏଠାରେ ଥିବା ବସଷ୍ଟାଣ୍ଡରେ ବିଶ୍ରାମଗୃହ ନିର୍ମାଣ କରିବାକୁ ଦାବି କରିଛନ୍ତି। ଏହାର ନକଲ ଜାତୀୟ ରାଜପଥ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ବି ଦେଇଛନ୍ତି।