ବୁଲେଟ୍ ଧକ୍କାରେ ରେଳ ଫାଟକ ଭାଙ୍ଗିଲା, ଘଣ୍ଟାଏ ରାସ୍ତା ବନ୍ଦ

ବ୍ୟାସନଗର : ଗୋପବନ୍ଧୁ ଛକସ୍ଥିତ ରେଳ ଫାଟକକୁ ଆଜି ମଧ୍ୟାହ୍ନରେ ଏକ ବୁଲେଟ୍ ଧକ୍କା ଦେବାରୁ ଫାଟକ ଭାଙ୍ଗି ଯାଇଥିଲା। ବୁଲେଟ୍ ଆରୋହୀ ଛିଟିକି ପଡ଼ିଥିଲେ ହେଁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।

ଟ୍ରେନ ଆସିବା ସମୟ ହୋଇଯିବାରୁ ଗାର୍ଡ ଫାଟକ ପକାଉଥିଲେ। ଏହି ସମୟରେ ବୁଲେଟ୍ ଆରୋହୀ ତରବରିଆ ଭାବେ ପାରିହେବାକୁ ଯାଇ ଫାଟକକୁ ଧକ୍କା ଦେଇଥିଲେ। ଫାଟକ ଭାଙ୍ଗି ପଡ଼ିବାରୁ ଦୀର୍ଘ ଘଣ୍ଟାଏ ପର୍ଯ୍ୟନ୍ତ ଲୋକମାନେ ଯାତାୟାତ କରିବାରେ ଅସୁବିଧା ହୋଇଥିଲା । ବଜାରର ସେପାଖ ଲୋକ ଏପଟକୁ ଆସି ପରିନଥିଲେ କି ଏପଟ ଲୋକ ସେପଟକୁ ଯାଇପାରି ନଥିଲେ। ଫାଟକ ବନ୍ଦ ଥିବାରୁ ଲୋକମାନଙ୍କୁ ବାଇପାସ୍ ଦେଇ ବୁଲିକି ଯିବାକୁ ପଡ଼ିଥିଲା। ଦୀର୍ଘ ୧ ଘଣ୍ଟା ପରେ ଗେଟ୍ ମରାମତି ହେବାରୁ ଗମନାଗମନ ସ୍ବାଭାବିକ ହୋଇଥିଲା। ଆରପିଏଫ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବୁଲେଟ୍ ଆରୋହୀ ପାର ହୋଇଯାଇଥିଲେ ।

ସମ୍ବନ୍ଧିତ ଖବର