ରଗଡ଼ି: ଗତ ବୁଧବାର କାଳବୈଶାଖୀ ବର୍ଷା ଓ ବିଜୁଳିରେ କୋରେଇ ବ୍ଲକ୍ ଅନ୍ତର୍ଗତ ଅନ୍ଧାରୀ ପଞ୍ଚାୟତର ଅନ୍ଧାରୀ ଗ୍ରାମରେ ଥିବା ପାନୀୟଜଳ ପ୍ରକଳ୍ପର ମୋଟରଟି ପୋଡ଼ି ଯାଇଛି। ଫଳରେ ଏହି ପ୍ରକଳ୍ପରୁ ଗ୍ରାମକୁ ପାନୀୟଜଳ ଯୋଗାଣ ବନ୍ଦ ରହିଛି। ଏଥିପାଇଁ ଶତାଧିକ ପରିବାର ପିଇବା ପାଣିରୁ ବଞ୍ଚିତ ହୋଇଛନ୍ତି।
ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଲୋକଙ୍କୁ ଜଳକଷ୍ଟ ଅଧିକ ବାଧୁଛି। ପିଇବା ପାଣିର ଅନ୍ୟ ବିକଳ୍ପ ବ୍ୟବସ୍ଥା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/25-9.jpg)