ସକାଳେ ଧମକ, ରାତିରେ ଜାଳିଦେଲେ ଦୋକାନ!

ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ଉଦ୍ଧାର ପାଇଲେ ଦୋକାନୀ

ଜଗତସିଂହପୁର ଟାଉନ/ମାଛଗାଁ/ବାଲିକୁଦା: ବାଲିକୁଦା ଥାନା ଅଧୀନସ୍ଥ ଅନନ୍ତପୁର ପଞ୍ଚାୟତର ପଦ୍ମଲାଭପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଦୋକାନ ଘରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେବା ସହ ଦୋକାନୀଙ୍କୁ ଜିଅନ୍ତା ଜାଳି ଦେବା ଉଦ୍ୟମ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏପରିକି ଦୋକାନ ଆଗପଟୁ ତାଲା ପକାଇ ଏପରି ହତ୍ୟା ଉଦ୍ୟମ ବେଳେ ଉଠିପଡ଼ିଥିବା ଦେକାନୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ପଡ଼ୋଶୀ ଦେକାନୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ସଂପୃକ୍ତ ଦୋକାନୀଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରିଛନ୍ତି। ବାଲିକୁଦା ବ୍ଲକରେ ଦିନକୁ ଦିନ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଛି। ଦୁର୍ବୃତ୍ତମାନେ ଖୁଲମଖୁଲା ଅପରାଧ କରି ଖସିଯାଉଛନ୍ତି। ପୁଲିସ କେବଳ ନିରବଦ୍ରଷ୍ଟା ସାଜିଛି । କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ଦାନା ବାନ୍ଧିଛି। ଆଜିର ଏହି ଅପରାଧ ଘଟଣା ସମସ୍ତଙ୍କୁ  ସ୍ତବ୍ଧ କରିବା ସହ ଆଇନ ବ୍ୟବସ୍ଥା ପ୍ରତି ଅଙ୍ଗୁଳି  ନିର୍ଦ୍ଦେଶ କରୁଛି। ସୂଚନା ମୁତାବକ ବାଲିକୁଦା ଥାନା ଅଧୀନସ୍ଥ ଅନନ୍ତପୁର ପଞ୍ଚାୟତର ପଦ୍ମଲାଭପୁର ଗ୍ରାମର ଶୁକଦେବ ପରିଡାଙ୍କ ପୁଅ ଜ୍ୟୋତି ରଞ୍ଜନ ପରିଡା ସ୍ଥାନୀୟ ନୂଆଗାଁ ଛକରେ ଏକ ପାନ ଦୋକାନ ଚଳାଉଥିଲେ । ଦୀର୍ଘଦିନ ହେବ ଦୋକାନ ସୁରୁଖୁରୁରେ ଚାଲିଥିଲା। ଗତ ୨୮ ତାରିଖରେ ଜ୍ୟାତି ରଞ୍ଜନଙ୍କ ଗ୍ରାମର ସୁରେନ୍ଦ୍ର ପରିଡାଙ୍କ ପୁଅ ମୁକେଶ ବ୍ୟକ୍ତିଗତ ଝଗଡ଼ା କାରଣରୁ ଜ୍ୟୋତିଙ୍କୁ ଫୋନ୍ କରି ଗାଳିଗୁଲଜ କରିବା ସହ ଜୀବନରୁ ମାରିବାକୁ ଧମକ ଦେଇଥିଲେ।

ଏମିତିକି ଅସଭ୍ୟ ଭାଷାରେ ପରିବାର ସଦସ୍ୟଙ୍କୁ ଗାଳିଗୁଲଜ କରିଥିଳେ। ଏହି ଫୋନ୍‌ କଲ୍‌ ପରେ ଜ୍ୟୋତିରଞ୍ଜନ ନିକଟସ୍ଥ ଅନନ୍ତପୁର ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରି ସୁରକ୍ଷା ମାଗିଥିଲେ । ୨୮ ତାରିଖ ରାତି ୩ଟାରେ ଜ୍ୟୋତିରଞ୍ଜନଙ୍କ ନୂଆଗାଁ ସ୍ଥିତ ଦୋକାନରେ ଦୁର୍ବୁତ୍ତମାନେ ନିଆଁ ଲଗାଇ ଦେଇଥିଲେ। ସେ ସମୟରେ ଦୋକାନ ଘରେ ଜ୍ୟୋତିରଞ୍ଜନଙ୍କ ସାନ ଭାଇ ଆଶିଷ ଶୋଇଥିଲେ । ନିଆଁ ଲାଗିବା ଦେଖି ସେ ଚିତ୍କାର କରିବାରୁ ପାଖ ଦୋକାନରେ ଶୋଇଥିବା ଅନ୍ୟ ଦୋକାନୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଆଶିଷଙ୍କୁ ଉଦ୍ଧାର କରାଯିବା ସହ ନିଆଁ ଲିଭାଯାଇଥିଲା । ମାତ୍ର ନିଆଁରେ ଆଶିଷଙ୍କ ଶରୀରର କେତେକାଂଶ ପୋଡ଼ି ଯାଇଥିବାରୁ ତାଙ୍କୁ ବାଲିକୁଦା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣା ପରେ ଜ୍ୟୋତିରଞ୍ଜନ ଅନନ୍ତପୁର ଥାନାରେ ଆଉ ଏକ ଏଫ୍‌ଆଇଆର୍ ଦାୟର କରିଛନ୍ତି । ତେବେ ଦୋକାନକୁ ଆଗପଟୁ ତାଲା ଦେଇ ଯୋଜନାବଦ୍ଧ ଭାବେ ବର୍ବରତାର ସହ ମାରିଦେବାକୁ ଷଡଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି। ମାତ୍ର ସୌଭାଗ୍ୟବଶତଃ ଆଶିଷ ବର୍ତି ଯାଇଛନ୍ତି। ସକାଳେ ମୁକେଶ ଫୋନ୍‌ରେ ଧମକ ଦେଇଥିବା ବେଳେ ଏହି ଦୋକାନ ପୋଡ଼ି ଘଟଣା ପରେ ‘ମୁଁ ଯାହାବି କରିପାରେ, ମୋର କଣ କରିବୁ କର’ କହି ଗାଳିଫିଜତ କରିଥିବା ଜ୍ୟୋତି ଅଭିଯୋଗ କରିଛନ୍ତି। ତେବେ ଦୁଇ ଦୁଇଥର ଲିଖିତ ଅଭିଯୋଗ ସତ୍ତ୍ୱେ ପୁଲିସ କେବଳ ମାମଲା ରୁଜୁ କରି ହାତବାନ୍ଧି ବସିଛି । ଦୋଷୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ଏଣେ ଫାଣ୍ଡିରେ ସ୍ଥାୟୀ ପୋଲିସ ଅଧିକାରୀ ନଥିବାରୁ ଅପରାଧୀମାନେ ଖୁଲମଖୁଲା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛନ୍ତି। ଅଞ୍ଚଳରେ ଚୋରା ନିଶା କାରବାର ଓ ଅପରାଧିକ

ସମ୍ବନ୍ଧିତ ଖବର