ଭଦ୍ରକ: କୋଲକାତାରୁ ଭୁବନେଶ୍ୱର ଯାଉଥିବାବେଳେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାର ଶିକାର ହୋଇଛି | ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଥାନା ପଳଦାବାଙ୍କ ନିକଟରେ ଜଗାକାଳିଆ ନାମକ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି |
ବସଟି କଲିକତାରୁ ଭୁବନେଶ୍ୱର ଯାଉଥିବାବେଳେ ଏହି ଦୁର୍ଘଟଣାରେ ୨୦ ରୁ ୨୫ ଜଣ ଆହତ ହୋଇଥିବା ସୂଚନା ମିଳିଛି | ଆହତଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଗୁରୁତର ଆହତ ୫ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି |
ତେବେ ରାଜପଥ ସମ୍ପ୍ରସାରଣ ବେଳେ ରାସ୍ତା କାମ ପାଇଁ ଏହି ଦୁର୍ଘଟଣା ଘଟିଥିବାର ଜଣାପଡିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/ffdd.jpg)