ଛେଣ୍ଡିପଦା: ଅନୁଗୋଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥରେ ଜିନ୍ଦଲ ପ୍ଲାଣ୍ଟ ନିକଟରେ ଟ୍ରକ୍ ପଛରେ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିବା ବେଳେ ୫ଜଣ ଯାତ୍ରୀ ଗୁରୁତର ଆହତ ଓ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଥାଉ କି ଗତକାଲି ବିଳମ୍ବିତ ରାତି ୧ଟାରେ ଶିବଶଙ୍କର ନାମକ ବସଟି ଦେବଗଡ଼ରୁ ଭୁବନେଶ୍ୱର ଯାଉଥିଲା।

Advertisment

ଆଉ ଜିନ୍ଦଲ ପ୍ଲାଣ୍ଟ ମ୍ୟାଟେରିଆଲ ଗେଟ ନିକଟରେ ଛିଡା ହୋଇଥିବା କୋଇଲା ବୋଝେଇ ଟ୍ରକ ପଛରେ ବସଟି ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ବସରେ ୪୫ ରୁ ଉର୍ଧ୍ଵ ଯାତ୍ରୀ ଥିବାବେଳେ ୫ଜଣ ଗୁରୁତର ଆହତ ଓ ୧୦ ଜଣ ଆହତ ହୋଇଛନ୍ତି। ଅନ୍ୟ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ନିଶା ଶିଳ୍ପାଞ୍ଚଳ ପୁଲିସ ଗୁରୁତର ଓ ଆହତମାନଙ୍କୁ ଆମ୍ବୁଲାନ୍ସ ସହାୟତାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ବସ୍ ହେଲପରର ଗୋଡ ଭାଙ୍ଗି ଯାଇଥିବା ସୂଚନା ରହିଛି। ଅନ୍ୟ ପକ୍ଷରେ ଗୁରୁତରଙ୍କ ମଧ୍ୟରୁ ୨ରୁ ୩ଜଣଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି |