ମହାକାଳପଡ଼ାରେ ଓଲଟିଲା ବସ୍ ; ୧୦ରୁ ଅଧିକ ଯାତ୍ରୀ ଆହତ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଳ୍ଲାର ମହାକାଳପଡ଼ାରେ ଏକ ବସ୍ ଓଲଟିବା ଫଳରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାର ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଗୌରୀଶଙ୍କର(ପ୍ରିନ୍ସ ) ନାମକ ଏକ ଘରୋଇ ବସ୍ ମହାକାଳପଡ଼ା ବ୍ଲକର ଜମ୍ବୁରୁ ବାହାରି କଟକ ଅଭିମୁଖେ ଯାଉଥିଲା। ବସଟି ଅଳାଇଲୋ ପଞ୍ଚାୟତର କୁମାରୁଣୀ ନିକଟରେ ସକାଳ ପ୍ରାୟ ସାଢେ ଚାରିଟା ସମୟରେ ଏକ ବୁଲାଣି ରାସ୍ତା ପାର ହେଉଥିବା ସମୟରେ ରାସ୍ତା ପାର୍ଶ୍ଵକୁ ଓଲଟି ପଡ଼ିଥିଲା। ଡ୍ରାଇଭରଜଣକ ଭାରସାମ୍ୟ ହରାଇବା ଫଳରେ ବସଟି ଓଲଟିଥିଲା ବୋଲି କୁହାଯାଉଛି।

ବସରେ ଚାଳିଶରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ। ସେମାନେ ସ୍ଥାନୀୟ ଜମ୍ବୁ, ସୁନୀତି, ଗୋଗୁଆ, ବଢିଅ, ବିଜୟନଗର ଓ ଦେଉଳପଡ଼ା ଆଦି ପଞ୍ଚାୟତର ଲୋକ ବୋଲି ଜଣାଯାଇଛି।

Sambad

ଦୁର୍ଘଟଣାରେ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମହାକାଳପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ କୁରୁତ୍ତୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଛି। ଦୁର୍ଘଟଣା ପରେ ଚାଳକ ଫେରାର ହୋଇଥିବାବେଳେ ଏଥିରେ କାହାରି ମୃତ୍ୟୁ ଘଟିନାହିଁ। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର