ଦୁର୍ଘଟଣାରେ ବାଇକ୍‌ ଆରୋହୀ ଗୁରୁତର, ଉତ୍ତ୍ୟକ୍ତ ଲୋକେ ଜାଳିଦେଲେ ବସ୍‌, ଚାଳକ ଅଟକ

ନିଶ୍ଚିନ୍ତକୋଇଲି: ଦୁର୍ଘଟଣା ଘଟାଇଥିବା ବସ୍‌କୁ ଉତ୍ତେଜିତ ଲୋକେ ଜାଳି ଦେଇଛନ୍ତି। କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଥାନା ନିକଟରେ ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିବା ବସ୍‌ ‘ପପୁ’ ନିଶ୍ଚିନ୍ତକୋଇଲି ଥାନା ଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଜଣେ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ କଟକ ଜିଲ୍ଲାର ମାହାଙ୍ଗା ଅଞ୍ଚଳର ବାଇକ୍‌ ଆରୋହୀ ଗୁରୁତର ହୋଇଥିଲେ। ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସିଣ୍ଡିକେଟ ବ୍ୟାଙ୍କ ନିକଟରେ ଘଟିଥିବା ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସଡ଼କ ଅବରୋଧ କରି ଉତ୍ତେଜନା ସୃଷ୍ଟି କରିଥିଲେ। ସେମାନେ ବସ୍‌ରେ ନିଆଁ ଲଗାଇଦେଇଥିଲେ। ପୁଲିସ ଉତ୍ତେଜିତ ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛି। ପୁଲିସ ଦୁର୍ଘଟଣା ଘଟାଇଥିବା ଚାଳକକୁ ଅଟକ ରଖି ପଚରାଉଚରା କରୁଛି। ରିପୋର୍ଟ ଲେଖାଯିବା ବେଳକୁ ପରିସ୍ଥିତି ନିୟନ୍ତ୍ରଣରେ ଅଛି।

ସମ୍ବନ୍ଧିତ ଖବର