ଖଣ୍ଡପଡା: ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଅଧୀନ ଖଳିସାହି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁରୁବାର ସକାଳେ ଭୁବନେଶ୍ଵରରୁ ଦଶପଲ୍ଲା ଯାଉଥିବା ପ୍ରିନ୍ସ ନାମକ ଯାତ୍ରୀବାହୀ ବସ ବୋଦସା ଗ୍ରାମର ଅରୁଣ ନାଏକ(୩୨)ଙ୍କୁ ଧକ୍କା ଦେଇଥିଲା। ଅରୁଣ ଖଣ୍ଡପଡାରୁ ଗ୍ରାମ ଅଭିମୁଖେ ଯାଉଥିବାବେଳେ ପେଟ୍ରୋଲ ପମ୍ପ ନିକଟରେ ଧକ୍କା ପାଇ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ସେ ବସ ଚକାତଳେ ପଡିଯାଇଥିବା ପ୍ରତ୍ୟକ୍ଷଦର୍ଶିଙ୍କ ଠାରୁ ସୂଚନା ମିଳିଛି।
ଖବରପାଇ ଖଣ୍ଡପଡା ଅଗ୍ନିଶମ ବାହିନୀର ଏକ ଟିମ ଘଟଣାସ୍ଥଳରୁ ଅରୁଣଙ୍କୁ ଉଦ୍ଧାର କରିବା ସହିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣାଗ୍ରସ୍ତ ବସର ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ବେଳେ ଖଣ୍ଡପଡା ପୁଲିସ ବସଟିକୁ ଜବତ କରିବା ସହିତ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି। ମୃତ ଅରୁଣଙ୍କ ଶବ ବ୍ୟବଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଥିବା ପୁଲିସ ସୂତ୍ରରୁ ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/4be1da84-dd4d-4a92-b9f5-45b00eee4da0.jpg)