ଯାତ୍ରୀଙ୍କ ଜୀବନ ସହ ଖେଳୁଛନ୍ତି ବସ କର୍ମଚାରୀ, ଓଭରଲୋଡ଼ ଯୋଗୁଁ ବସରେ ଲାଗିଲା ବିଦ୍ୟୁତ ତାର

ଅଳ୍ପକେ ବର୍ତ୍ତିଲେ ବସ ଯାତ୍ରୀ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା କଳିଙ୍ଗା ଛକରେ ଆଜି ସନ୍ଧ୍ୟାରେ ଏକ ବଡ ଦୁର୍ଘଟଣାରେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ସୂଚନା ଅନୁସାରେ ଭିଏସ ଏଣ୍ଡ ଭିଏସ୍ ନାମକ ଏକ ଯାତ୍ରୀବାହୀ ବସ୍ ବ୍ରହ୍ମପୁରଠାରୁ ବାଲିଗୁଡା ଯାଉଥିବା ବେଳେ କଳିଙ୍ଗା ଛକରେ ବସ୍ ଲଗେଜ୍ କେରୀୟରରେ ଓଭର୍ ଲୋଡ ଥିବା କାରଣରୁ ବିଦ୍ୟୁତ୍ ତାରରେ ଲାଗି ଯାଇଥିଲା ଓ ତାର ଛିଣ୍ଡି ଯାଇଥିଲା ସେପଟେ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ତେବେ ଅଞ୍ଚଳ ପୁରା ଅନ୍ଧାର ହୋଇଥିବା ବେଳେ ବସରେ ଥିବା ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ରହିଛି ।

ସମ୍ବନ୍ଧିତ ଖବର