ସୋନପୁର: ଗଛରେ ପିଟି ହେଲା ବସ, ୮ ଆହତ

ସୋନପୁର: ଆଜି ସକାଳେ ସୋନପୁରରୁ ସମ୍ବଲପୁର ଯାଉଥିବା ଏକ ଘରୋଇ ବସ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବାଏକ ଗଛରେ ପିଟି ହୋଇଯାଇଛି। ଫଳରେ ବସର ଯାତ୍ରୀ ମାନଙ୍କ ମଧ୍ୟରୁ ୮ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ଆହତମାନଙ୍କୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ସୋନପୁର- ସମ୍ବଲପୁର ରାସ୍ତ୍‍ାର ଉଲୁଣ୍ଡା ଥାନା ଅନ୍ତର୍ଗତ ଅଇଁଲା ଛାଟ ନିକଟରେ ଓଡ଼ି ୩୧ ବି ୫୫୪୫ ନମ୍ବର ବିଶିଷ୍ଟ ‘ଶୁଭଦ୍ରା’ ନାମକ ଘରୋଇ ବସଟି ସମ୍ବଳପୁର ଯାଉ ଥିବା ବେଳେ ଏକ ରାସ୍ଥାକଡ଼ ଗଛରେ ପିଟି ହୋଇ ଯାଇଥିଲା। ଫଳରେ ଏଥିରେ ଥିବା ୮୦ ଜଣ ଯାତ୍ରୀମାନଙ୍କ ମଧ୍ୟରୁ ସମସ୍ତେ ଉଣା ଅଧିକେ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିି। ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର