ଭୁବନେଶ୍ୱରରୁ ଦିଗପହଣ୍ଡି ଯାଉଥିବା ବସ ଓଲଟି ୧୦ ଆହତ

ଦିଗପହଣ୍ଡି: ଆଜି ଭୋର ଭୋରରୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ  ଗୋକର୍ଣ୍ଣିପୁର ଲୁହା ଶଙ୍ଖ ନିକଟରେଏକ ଘରୋଇ ବସ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଦଶ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି  ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ମିଳିିଥିବା ସୂଚନା ଅନୁଯାୟୀ  ଭୁବନେଶ୍ୱର ସାଲିଆ ସାହିରୁ କେତେକ ଯାତ୍ରୀ  ଓଆର୦୨ ଏଜେ ୨୫୮୩ ନମ୍ବର ବିଶିଷ୍ଟ ‘ ହରକାଳୀ’ ନାମକ ଏକ ଘରୋଇ ବସ ନେଇ  ଆଜି ରାତି ୧ଟାରେ  ବଡ଼ଡ଼ୁମ୍ବୁଳାସ୍ଥିତ ମା ବାଙ୍କେଶ୍ୱରୀ ପୀଠକୁ ଦର୍ଶନ କରିବାକୁ ଯାଉଥିଲେ। ତେବେ ରାତି ୪ଟା ବେଳେ ବସଟି ଗୋକର୍ଣ୍ଣିପୁର ଠାରେ ଓଲଟି ପଡ଼ିଥିଲା। ଏଥିରେ  ପୂର୍ଣ୍ଣବାସୀ ପାତ୍ର, ବୁଢ଼ୀ ମହାରଣା, ଭଗବତୀ ସ୍ୱାଇଁ, ଲକ୍ଷ୍ମୀ ପ୍ରଧାନ, କାଶୀ ପାତ୍ର, ଜୟ ପାତ୍ର, ହାରସ ପାତ୍ର, ପ୍ରମୋଦିନୀ ମହାରଣା, କସ୍ତୁରୀ ପାତ୍ର ଓ ସଞ୍ଜୁ ପାତ୍ର   ଆହତ ହୋଇଛନ୍ତି। ଆହତମାନଙ୍କର ଦିଗପହଣ୍ଡି ଡାକ୍ତରଖାନାରେ ଚିକିତ୍ସା କରାଯାଇଛି।

ସମ୍ବନ୍ଧିତ ଖବର