ଉଦଳା: ବସ ଓଲଟି ୧୦ ଆହତ

ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳା ନିକଟରେ ଆଜି ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୦ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୨ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି।


ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଉଦଲା ଥାନା ଅନ୍ତର୍ଗତ ଗୁଣ୍ଡାବାଇ ଠାରୁ ଉଦଳାକୁ ଆସୁଥିବା ଓ ଆର୧୧ ସି ୦୯୯୦ ନମ୍ବର ବିଶିଷ୍ଟ ରାଜଶ୍ରୀ ନାମକ ବସ୍‌ଟି ଆଡ଼ାଘୁଟୁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବସଟି ଦୃତ ଗତିରେ ଆସୁଥିବା ବେଳେ ଡ୍ରାଇଭର ଏକ ବୁଲାଣି ନିକଟରେ ବେଗକୁ ନିୟନ୍ତ୍ରଣ କରି ନ ପାରିବାରୁ ବସଟି ଓଲଟି ପଡ଼ିଥିଲା। ଫଳରେ ଯାତ୍ରୀମାନଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଥିଲେ। ଖବର ପାଇ ଦମକଳ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ସମ୍ବନ୍ଧିତ ଖବର