ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଚିତ୍ରକୋଣ୍ଡା ସଦର ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଦିଲଖୁସ ନାମକ ଏକ ଘରୋଇ ବସ ପ୍ରଥମ କରି ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।
କରୋନା ମହାମାରୀ ପର ଠାରୁ ଏହି ଅଂଚଳକୁ ବନ୍ଦ ହୋଇଥିବା ବସ ସେବା ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି । ଗତ କିଛିଦିନ ହେବ ଚିତ୍ରକୋଣ୍ଡା ଠାରୁ ଜିଲ୍ଲା ସଦର ମହକୁମା ସମେତ ଜୟପୁର, ଇନ୍ଦ୍ରାବତୀ, ଭୁବନେଶ୍ୱର, କଟକ, ବ୍ରହ୍ମପୁର, ବିଶାଖାପାଟଣାକୁ ସରକାରୀ ବସ ଚଳାଚଳ କରୁଥିବା ବେଳେ ଆଜି ଦିଲଖୁସ ନାମକ ଏକ ଶୀତ ତାପ ନିୟତ୍ରୀତ ଘରୋଇ ବସ ଚିତ୍ରକୋଣ୍ଡା ଠାରୁ ଭୟା ବାଲିମେଳା, ଗୋବିନ୍ଦ ପଲ୍ଲୀ, ଜୟପୁର, କୋରାପୁଟ, ସୁନାବେଢା, ଦମାନଯୋଡି, ଆସି କା, ନୟାଗଡ, ଦେଇ ଭୁବନେଶ୍ୱରରେ ପହଞ୍ଚିବ ଓ ଭୁବନେଶ୍ୱରରୁ ଆଉ ଏକ ବସ ସେହି ରାସ୍ତାଦେଇ ଚିତ୍ରକୋଣ୍ଡାରେ ପହଞ୍ଚିବ ।
ପ୍ରତ୍ୟେକ ଦିନ ୨.୪୫ ସମୟରେ ଚିତ୍ରକୋଣ୍ଡାରୁ ବାହାରି ତାପରଦିନ ସକାଳ ୭ଟା ସମୟରେ ଭୁବନେଶ୍ୱର ରେ ପହଞ୍ଚିବ। ଭୁବନେଶ୍ୱରରୁ ଦିନ ୪ଟା ବାହାରି ତାପରଦିନ ସକାଳ ୮ଟା ସମୟରେ ଚିତ୍ରକୋଣ୍ଡାରେ ପହଞ୍ଚିବ ବୋଲି ଘରୋଇ ବସ ସଂଘ ପକ୍ଷରୁ କୁହାଯାଇଛି। ଏହିଅଞ୍ଚଳରୁ ପ୍ରଥମ କରି ଏକ ଘରୋଇ ବସ ଚଳାଚଳ କରିଥିବାରୁ ଅଞ୍ଚଳ ବାସୀ ଖୁସି ବ୍ୟକ୍ତ କରିଛନ୍ତି ।ବିଶେଷ କରି ଆସିକା ଓ ନୟାଗଡ଼ ଅଞ୍ଚଳକୁ ଯାଉଥିବା ଯାତ୍ରୀ ଏହି ବସ ଦ୍ୱାରା ଉପକୃତ ହୋଇପାରିବେ ବୋଲି ଘରୋଇ ବସ ତରଫରୁ କୁହାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/IMG-20210105-WA0049.jpg)