ସୁନ୍ଦରଗଡ଼: ବାଇକ ଉପରେ ଚଢ଼ିଗଲା ବସ, ଜଣେ ମୃତ, ରାସ୍ତାରୋକ

ସୁନ୍ଦରଗଡ଼: ଆଜି ସକାଳେ ସୁସମ୍ବଲପୁରରୁ ରାଉରକେଲା ଯାଉଥିବା ଏକ ଘରୋଇ ବସ ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ କୁନ୍ଦୁରକେଲା ନିକଟରେ ଏକ ବାଇକ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତିଜଣକ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି ଓ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ଦାବିରେ ଲୋକେ ରାସ୍ତାରୋକ କହିଛନ୍ତି।
ମିଳିଥିିବା ସୂଚନା ଅନୁଯାୟୀ, ଆଜି ସକାଳେ ଓଡ଼ି୧୫ ଏଫ ୩୨୦୦ ନମ୍ବର ବିଶିଷ୍ଟ ଘରୋଇ ବସ୍‌ ‘ସୁଶ୍ରୀ’ ସମ୍ବଲପୁରରୁ ରାଉରକେଲା ଯାଉଥିବା ବେଳେ କୁନ୍ଦୁରକେଲା ନିକଟରେ ଓଆର୧୬ଏ ୮୮୧୬ ନମ୍ବର ବିଶିଷ୍ଟ ବାଇକ ଉପରେ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ ତଥା ଭଷ୍ମା ଥାନା କାଇଁସର ଗ୍ରାମର ଲଳିତ ମୋହନ ବାଗଙ୍କର ମୃତ୍ୟୁ ଘଟିଛି। ବସଟି ଶ୍ରୀ ବାଗଙ୍କ ଛାତି ଉପରେ ଚଢ଼ିଯାଇଥିବାରୁ ଅତି ବୀଭତ୍ସଭାବେ ଛାତି ଫାଟି ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସଟିକୁ ଜବତ କରିଛି। ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଇିବାରୁ ପୁଲିସ ଆନ୍ଦୋଳନକାରୀମାନଙ୍କୁ ବୁଝାଶୁଝା କରୁଛି।

ସମ୍ବନ୍ଧିତ ଖବର