ବସ୍-ଟ୍ରଲର ମୁହାଁମୁହିଁ ଧକ୍କା, ଜଣେ ମୃତ

କୋରାପୁଟ: ବାହାଘରରେ ଯୋଗଦେବାକୁ ଯାଉଥିବା ଏକ ବରଯାତ୍ରୀ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କୋରାପୁଟ ଜିଲ୍ଲା ଦେଓଘାଟି ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଏହି ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ରୁ ଅଧିକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ତେବେ ମୃତକ ଜଣକ ହେଲେ ଜୟପୁର ବ୍ଲକ ପୁରୁଣାଗଡର ଡମ୍ବରୁଧର ମୁଦୁଲି(୨୯)। ଗୁରୁତରମାନେ ହେଲେ ସୀୟରାମ ଦେବତ୍, ଶିବ ଶଙ୍କର ନାୟକ, ସୁମନ୍ତ ସିଂହ, ପ୍ରତାପ କିଶୋର ସାହୁ ଓ ଗୋବିନ୍ଦ ସାମନ୍ତ। ଏହିମାନଙ୍କୁ କୋରାପୁଟ ମେଡିକାଲ କଲେଜ ପରିସରରେ ଚିକିତ୍ସିତ କରାଯାଉଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ଆଜିସକାଳ ପ୍ରାୟ ୯ଟାବେଳେ ଜୟପୁରରୁ ୪୦ଜଣ ବରଯାତ୍ରୀ ଧରି ପାରଳାଖେମୁଣ୍ଡିକୁ ଯାଉଥିଲା ଅର୍ଣ୍ଣପୁର୍ଣ୍ଣା ବସ। ଦେଓଘାଟି ଗାଁ ଛକ ନିକଟରୁ ୧୦୦ମିଟର ଦୂରରେ ଟ୍ରଲରକୁ ମୁହଁମୁହିଁ ଧକ୍କା ଦେଇଥିଲା। ଜୋରରେ ଶବ୍ଦ ହେବାରୁ ଗାଁର କିଛି ଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଫୋନ କରିବା ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

ଗାଁ ଲୋକଙ୍କ ଖବର ପାଇ ଘଟଣାସ୍ଥଳରେ ଏସଏଲଏନ ମେଡିକାଲ କଲେଜର ଆମ୍ବୁଲାନ୍ସ, କୋରାପୁଟ ଅଗ୍ନିଶମ ବିଭାଗ ଓ କୋରାପୁଟ ସଦର ପୁଲିସ ସହଳ ପହଞ୍ଚିଥିଲା। ବସରେ ଥିବା ଗୁରୁତର ବରଯାତ୍ରୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବସ ସହ ଟ୍ରଲର ଧକ୍କା ହେବାରୁ ବସଟି ଓଲଟି ପଡିଥିଲାବେଳେ ଟ୍ରଲରଟି ରାସ୍ତାକଡକୁ ଓଲଟି ପଡିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର