ଖୁଣ୍ଟୁଣୀ: ଆଜି ଭୋର ଭୋରରୁ ୫୫ ନମ୍ବର ଜାତୀୟ ରାଜପଥର ଖୁଣ୍ଟୁଣୀ ବଜାର ଉପରେ ଏକ ଯାତ୍ରୀବାହୀ ନାଇଟ୍ କୋଚ୍ ବସ ସହିତ ଏକ ୧୪ ଚକିଆ ଟ୍ରକ୍ରୁ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଉଭୟ ଟ୍ରକ୍ ଓ ବସ୍ର ଡ୍ରାଇଭରଙ୍କ ସହିତ ମୋଟ୍ ଆଠଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅଚନା ଅନୁଯାୟୀ, ନୂଆପଡ଼ା ଖରିଆର ରୋଡ୍ରୁ ଭୁବନେଶ୍ୱର ଆସୁଥିବା ଓଡ଼ି ୦୫ ଓ୍ଵାଇ ୪୦୯୭ ନମ୍ବର ବିଶିଷ୍ଟ ମଣିବାବା(ମଙ୍ଗଳା) ନାମକ ଏକ ନାଇଟ୍ କୋଚ୍ ବସ ସହିତ କୋଇଲା ଖାଲି କରି ଯାଉଥିବା ଏକ ୧୪ ଚକିଆ ଟ୍ରକ୍ର ଖୁଣ୍ଟୁଣୀ ବଜାର ଉପରେ ଭୋର ୫ଟା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇ ପୁଲିସ ଓ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। ଏହି ଦୁର୍ଘଟଣାରେ ନୂଆପଡ଼ାର ଉଗ୍ରସେନ କାଣ୍ଡି(୫୨ ବର୍ଷ)ଗୁରୁତର ଭାବେ ଆହତ ହୋଇଥିିବାରୁ ତାଙ୍କୁ କଟକ ଏସ ସି ବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଯାଇଛିି। ବସ ଓ ଟ୍ରକ୍ର ଡ୍ରାଇଭରଙ୍କ ସହିତ ଅନ୍ୟ ୬ ଆହତ ଯାତ୍ରୀଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖୁଣ୍ଟୁଣୀ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଖୁଣ୍ଟୁଣୀ: ବସ-ଟ୍ରକ ମୁହାଁମୁହିଁ ଧକ୍କା, ୮ ଗୁରୁତର
/sambad/media/post_attachments/wp-content/uploads/2018/12/khuntuni.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)