ଜୟପୁର: ଓଲଟିଲା ବସ, ୫ ଆହତ

ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ୍‌ ପର୍ଲିଠାରେ ଆଜି ଭୋର ଭୋରରୁ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ସୌଭାଗ୍ୟକ୍ରମେ ବସରେ ଥିବା ୪୦ରୁ ଊର୍ଧ୍ୱ ଯାତ୍ରୀ ସୁରକ୍ଷିତ ଭାବେ ବର୍ତ୍ତି ଯାଇଥଇବା ବେଳେ ମାତ୍ର ୫ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଘରୋଇ ବସଟି ବ୍ରହ୍ମପୁରରୁ ଉମରକୋଟ ଯାଉଥିଲା। ମାତ୍ର ବୋରିଗୁମ୍ମା ନିକଟରେ ଡ୍ରାଇଭର ବସ ଉପରୁ ନିୟନ୍ତ୍ରଣ ହରାଇବାରୁ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ତେବେ ଏଥିରେ ବିଶେଷ ଯାତ୍ରୀ ଆହତ ହୋଇ ନାହାଁନ୍ତି।

ସମ୍ବନ୍ଧିତ ଖବର