କରୋନା କଟକଣା କୋହଳ କରିବାକୁ ବ୍ୟବସାୟୀ ସଂଘର ଶୋଭାଯାତ୍ରା, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର 

ଭଞ୍ଜନଗର: କରୋନା କଟକଣା ପାଇଁ ବାହାଘର, ବ୍ରତ କାର୍ଯ୍ୟକ୍ରମ, ସଭା ସମିତି ସମେତ ସମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ କଟକଣା ଜାରି କରାଯାଇଛି। ଏଥିପାଇଁ ସହର ସମେତ ଗ୍ରାମଞ୍ଚଳ ଗୁଡିକରେ ଥିବା ବିବାହ ଓ କଲ୍ୟାଣ ମଣ୍ଡପର ତାଲା ଝୁଲୁଛି। ଗତବର୍ଷ ମାର୍ଚ୍ଚମାସ ପରଠାରୁ ହାତ ବାନ୍ଧି ବସିଛନ୍ତି ଟେଣ୍ଟ ହାଉସ ମାଲିକ ଓ କର୍ମଚାରୀ ମାନେ। ଅନ୍‌ଲକ୍‌ର କିଛି ଦିନ ପାଇଁ ଟେଣ୍ଟ୍ ହାଉସ୍ ମାଲିକ ମାନଙ୍କୁ ଆଶ୍ବସ୍ତି ପ୍ରଦାନ କରିଥିବା ବେଳେ ପୁଣି ଗତ ଏପ୍ରିଲ୍ ଓ ମେ ମାସ ପାଇଁ ଆଗୁଆ ବଇଣା ରଖିଥିବା ଲାଇଟ, ସାଉଣ୍ଡ୍, ଟେଣ୍ଟ୍ ହାଉସ୍ ଫୁଲ ସଜ୍ଜା ଡେକୋରେଟର ମାନଙ୍କ ଆର୍ଥିକ ସ୍ଥିତି ଭୁଶୁଡି ପଡିଥିଲା। କଟକଣା ପାଇଁ ସବୁକିଛି ବନ୍ଦ ହୋଇଯିବାରୁ ଅଭାବ ସମୟରେ ଲୋକଙ୍କ ଠାରୁ ରଖିଥିବା ଅଗ୍ରୀମ ଟଙ୍କା ବାଧ୍ୟ ହୋଇ ଫେରସ୍ତ କରିଥିଲେ। ଅନ୍ଲକରେ ରାଜ୍ୟ ସରକାର ଆର୍ଥିକ ସ୍ଥିତିରେ ସ୍ବଭାବିକ ସ୍ଥିତି ଫେରାଇବା ପାଇଁ ବିଭିନ୍ନ କ୍ଷେତ୍ରରେ କଟକଣା କୋହଳ କରିଥିବା ବେଳେ ଏହି ବୃତ୍ତିରେ ଥିବା ମାଲିକ ଓ କର୍ମଚାରୀ ମାନଙ୍କ ପାଇଁ ସରକାର କଟକଣା କୋହଳ କରି ସାମାଜିକ କାର୍ଯ୍ୟକ୍ରମରେ ୨୫ ଜଣଙ୍କ ବଦଳରେ ୩୦୦ ଜଣଙ୍କୁ ଅନୁମତି ଦେବା ନିମନ୍ତେ ସହରରେ ଏକ ଶୋଭାଯାତ୍ରାରେ ଆସି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ଭଞ୍ଜନଗର ଅଞ୍ଚଳର ଭଞ୍ଜନଗର, ଜଗନ୍ନାଥପ୍ରସାଦ, ଗାଙ୍ଗପୁର, ଗାୟଗଣ୍ଡା, ବେଲଗୁଣ୍ଠା, ଗାଲେରୀ, ସୋରଡ଼ା, ଭଳି ଯାଗାରେ ୪୬୫ ଗୋଟି ଲାଇଟ୍ ଓ ଟେଣ୍ଟ ହାଉସ ଓ ଫୁଲ ଡେକୋରେଟର ବ୍ୟବସାୟୀ ରହିଥିବା ବେଳେ ଏମାନଙ୍କ ପାଖରେ କାମ କରୁଥବା ପ୍ରାୟ ୧୨ ଶହରୁ ଉର୍ଦ୍ଧ କର୍ମଚାରୀ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଦୀର୍ଘଦିନ ଧରି କାମ ବନ୍ଦ ରହିଥିବାରୁ ଦୁଃଖ ଦୁର୍ଦ୍ଦଶା ଭୋଗୁଛନ୍ତି ଏହାଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ଶ୍ରମିକ। ସବୁଠାରୁ ବେଶୀ ପ୍ରଭାବିତ ହୋଇଛନ୍ତି ଏହି କୁଶଳୀ ଓ ଅଣ କୁଶଳୀ କାରିଗର ମାନେ।

ବିଭିନ୍ନ ଟେଣ୍ଟ ହାଉସ୍ ଡେକୋରେଟର ଏବଂ ଲାଇଟ୍ ସାଉଣ୍ଡ ସଂସ୍ଥାରେ କାମ କରୁଥିବା ଏହି ଶ୍ରମିକ ମାନେ ପୁଣିଥରେ ସେମାନଙ୍କ ଜୀବିକା ହରାଇଛନ୍ତି। ଆଗକୁ ପାର୍ବଣ ଋତୁ ସହ ବିବାହ ବ୍ରତ ଋତୁ ରହିବାରୁ ଶ୍ରମିକ ମାନଙ୍କୁ ପୂର୍ବରୁ କାମରୁ ଫୁରସତ ମିଳୁନଥିବା ବେଳେ ଏବେ ଘରେ ଖାଲିରେ ବସି ବସି ଦିନ କାଟୁଛନ୍ତି। ଏହା ଏକ ଋତୁକାଳୀନ ବ୍ୟବସାୟ ହୋଇଥିବା ବେଳେ ମାଲିକ ମାନେ ଭଳ ଦିପଇଶା ରୋଜଗାର କରିପାରୁଥିଲେ। କେବଳ ମାଲିକ ମାନେ ନୁହନ୍ତି ଶ୍ରମିକ ମାନେ ମଧ୍ୟ ସେହି ଅନୁପାତରେ ଭଳ ଦିପଇସା ରୋଜଗାର କରିପାରୁଥିଲେ।କିନ୍ତୁ ଅନ୍ଲକ ପରେ ମଧ୍ୟ ଏମାନଙ୍କ ସ୍ଥିତିରେ ସୁଧାର ଆସିପାରୁ ନଥିବାରୁ ସଭାପତି ଶତୃଘ୍ନ ଦାଶଙ୍କ ନେତୃତ୍ବରେ ଉପସଭାପତି ରଙ୍କନିଧି ସ୍ବାଇଁ, ସମ୍ପାଦକ ଅଯୋଧ୍ୟା ବେହେରାଙ୍କ ସମତେ ଶତାଧିକ ମାଲିକ ଓ କର୍ମଚାରୀ ରଘୁନାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ମୁଖ୍ୟ ସଡ଼କ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର