ଯାଜପୁର: ଯାଜପୁର ସହରର ଗାନ୍ଧୀ ଛକ ଠାରେ ଜଣେ ଜଳଖିଆ ଦୋକାନୀଙ୍କୁ ସ୍ଥାନୀୟ ଯୁଵକ ମରଣାନ୍ତକ ଆକ୍ରମଣ କରିଛନ୍ତି। ସୂଚନା ଅନୁସାରେ ବିଂଝାରପୁର ଥାନା ଶାସନ୍ଦା ଅଂଚଳର ପୂର୍ଣ୍ଣଚନ୍ଦ୍ର ସାହୁ ଯାଜପୁର ଟାଉନ ଥାନା ଅଧିନ ଯାଜପୁର ସହରେ ପ୍ରମୁଖ ସ୍ଥାନ ଗାନ୍ଧୀ ଛକ ଠାରେ ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି। ସବୁ ଦିନପରି ସେ ଆଜି ବେପାରରେ ବ୍ୟସ୍ତ ଥିବା ବେଳେ ସ୍ଥାନୀୟ ଅଂଚଳର ଯୁବକ ସେକ ରିକିତ୍ ପୂର୍ଣ୍ଣଚନ୍ଦ୍ରଙ୍କ ଦୋକାନରୁ ଚା ପାଇଁ ଆସି ଚା ମାଗିଥିଲେ। ତାଙ୍କ ପୁଅ ଗୌରାଙ୍ଗ ରିକିତଙ୍କୁ ଚା ଦେଇଥିଲେ। ତେବେ ଚା ପି ସାରି କିଛି ସମୟରେ ରିକିତ୍ ହଠାତ୍ ସାଙ୍ଗରେ ଆଣିଥିବା ଏକ କାଚ ବୋତଲରେ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ପୁଅର ମୁଣ୍ଡକୁ ପଡି ପକାଇଥିଲେ। ପରେ ସେ ସେଠାରୁ ପଳାଇ ଯାଇଥିଲା। ଅନ୍ୟ ବ୍ୟବସାୟୀ ଉଭୟଙ୍କୁ ସଙ୍ଗେ ସଙ୍ଗେ ଯାଜପୁର ମେଡିକାଲରେ ଚିକିତ୍ସିତ କରାଇଛନ୍ତି। ଏନେଇ ପୂର୍ଣ୍ଣଚନ୍ଦ୍ର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଯୁବକଙ୍କ ଆକ୍ରମଣରେ ବ୍ୟବସାୟୀ ଲହୁଲୁହାଣ
/sambad/media/post_attachments/wp-content/uploads/2020/12/b5d88e1d-a185-448d-8357-7cfbcf8527ba.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)