ରାଉରକେଲା:ଅଜଣାଗାଡ଼ି ଧକ୍କାରେ ବ୍ୟବସାୟୀଙ୍କ ମୃତ୍ୟୁ

ରାଛରକେଲା: ଆଜି ସକାଳେ ରାଉରକେଲା ଧବଳେଶ୍ୱର ଛକ ନିକଟରେ ଏକ ଅଜଣା ଡମ୍ପର ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବାଇକ ଚାଳକ ଜଣକ ହେଉଛନ୍ତି ସହରର ଜଣାଶୁଣା ଟ୍ରାନ୍ସପୋର୍ଟ ବ୍ୟବସାୟୀ ଆନନ୍ଦ ସାହୁ(୫୩ ବର୍ଷ)
ପୁଲିସ ସୂତ୍ରରୁ ପ୍ରକାଶ ଯେ ଶ୍ରୀ ସାହୁଙ୍କର କେତେକ ଟ୍ରକ ଓ ଡମ୍ପର ଅଛି। ଏହା ସାହାଯ୍ୟରେ ସେ ରାଉରକେଲା ବାଲିଘାଟରୁ ବାଲିଉ ଉଠାଇ ସପ୍ଲାଇ ବ୍ୟବସାୟ କରିଥାନ୍ତି। ଆଜି ସକାଳେ ସେ ତାଙ୍କ ବ୍ୟବସାୟ ବୁଝିବା ପାଇଁ ବାଲିଘାଟକୁ ଯାଇ ଫେରୁଥିବା ବେଳେ ପଛପଟୁ ତାଙ୍କୁ ଏକ ଡମ୍ପର ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶ୍ରୀ ସାହୁଙ୍କର ମୃତ୍ୟୁ ଘଟିଛି। ମୃତଦେହ ଉଦ୍ଧାର କରାଯାଇ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରାଯାଉଛି ବୋଳି ପୁଲିସ କହିଛି।

ସମ୍ବନ୍ଧିତ ଖବର