ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ବ୍ୟବସାୟୀ ଗୁରୁତର

ରାମଚନ୍ଦ୍ରପୁର: ଦୁର୍ବୃତଙ୍କ ଆକ୍ରମଣରେ ବ୍ୟବସାୟୀ ଗୁରୁତର। ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ପରେ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଏଭଳି ଘଟଣା ଘଟିଛି ୨୦ ନମ୍ବର ଜାତୀୟ ରାଜପଥ ରାମଚନ୍ଦ୍ରପୁର ଥାନା ନୁଆଗାଁ ଛକରେ। ସୂଚନା ଅନୁଯାୟୀ ସ୍ଥାନିୟ ସାଇଁକୂଳ ଗ୍ରାମର ଦିଲୀପ ବେହେରା (ଖୋକନ)ନୁଆଗାଁ ଛକରେ ଦୋକାନ କରିଥିଲେ। ଆଜି ଦିନ ୧୧ଟା ସମୟରେ ଦୋକାନ ରେ ଦିଲ୍ଲୀପ ବସିଥିବା ବେଳେ କେହି ଦୁର୍ବୃତ୍ତ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଆକ୍ରମଣରେ ଦିଲ୍ଲୀପ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗୁରୁତର ହୋଇ ଦୋକାନ ଭିତରେ ପଡିରହିଥିଲେ।

ସ୍ଥାନୀୟ ଲୋକେ ଦିଲ୍ଲୀପଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ, ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ଦିଲ୍ଲୀପଙ୍କ ନାଁରେ ଚୋରା ମଦ ବେପାର କରିବା ଅଭିଯୋଗରେରେ ଥାନାରେ ଏକାଧିକ କେସ ରୁଜୁ ହୋଇଥିବା ବେଳେ ଆଜି କାହିଁକି କିଏ ତାଙ୍କୁ ଆକ୍ରମଣ କରିଛି ସେବିଷୟରେ କିଛି ସ୍ପଷ୍ଟ ହୋଇପାରିନାହିଁ। ଘଟଣାସ୍ଥଳରେ ରାମଚନ୍ଦ୍ରପୁର ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି।

ସମ୍ବନ୍ଧିତ ଖବର