ନର୍ଲା( କଳାହାଣ୍ଡି): ଗତକାଲି ରାତିରେ କଳାହାଣ୍ଡି ଜିଲ୍ଲା ନର୍ଲାରୋଡ୍ ସର୍ଗିଗୁଡ଼ା ଗ୍ରାମର ବ୍ୟବସାୟୀ କିଷାନ ଅଗ୍ରଓ୍ଵାଲ( ୫୨ ବର୍ଷ)ଙ୍କୁ କେତେକ ଦୁର୍ବୃତ୍ତ ଘରେ ପଶି ହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛିି।
ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ଅଗ୍ରଓ୍ଵାଲ ନର୍ଲାରୋଡ୍ରେ ସିମେଣ୍ଟ, ଲୁହାରଡ୍ ଆଦି ବ୍ୟବସାୟ କରନ୍ତି। ତେବେ ତାଙ୍କ ପୁଅ ଭୁବନେଶ୍ୱରରେ ରହୁଥିବା ବେଳେ ତାଙ୍କ ପତ୍ନୀ ସମ୍ବଲପୁର ଯାଇଥିଲେ। ଘରେ ଏକୁଟିଆ ଶ୍ରୀ ଅଗ୍ରଓ୍ଵାଲ ରହୁଥିଲେ। ତେବେ ଗତକାଲି ରାତିରେ କେତେକ ଦୁର୍ବୃତ୍ତ ଘରେ ପଶିଥିଲେ। ଏହାକୁ ନେଇ ଦୁର୍ବୃତ୍ତଙ୍କ ସହିତ ଶ୍ରୀ ଅଗ୍ରଓ୍ଵାଲଙ୍କର ଧସ୍ତାଧସ୍ତି ହୋଇଥିିବା ପାରିପାର୍ଶ୍ୱିକ ଅବସ୍ଥାରୁ ଜଣାପଡ଼ୁଛି। ତେବେ ଦୁର୍ବୃତ୍ତମାନେ ଶ୍ରୀ ଅଗ୍ରଓ୍ଵାଲଙ୍କ ମୁଣ୍ଡ ପଛପଟୁକୁ ଆକ୍ରମଣ କରି ତାଙ୍କୁ ହତ୍ୟା କରିଛନ୍ତି। ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/narla.jpg)