ମାଲକାନଗିରି: ହଟାପଦାରେ ନିଆଁ ଲାଗି ଲକ୍ଷାଧିକ ଟଂକାର ଫଳ ପୋଡି ନଷ୍ଟ

ମାଲକାନଗିରି: ମାଲକାନଗିରି ନିକଟସ୍ଥ ହାଟପଦା ନିକଟରେ ପ୍ରାୟ ଦଶରୁ ଉର୍ଦ୍ଧ୍ବ ବ୍ୟବସାୟୀ ବିଭିନ୍ନ ଫଳ ବେପାର କରୁଛନ୍ତି। ତେବେ ଗତକାଲି ରାତିରେ ହଠାତ୍ ନିଆଁ ଲାଗି ଦୁଇ ଜଣ ଫଳ ବ୍ୟବସାୟୀଙ୍କ ଲକ୍ଷାଧିକ ଟଂକାର ଫଳ ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି। ସ୍ଥାନୀୟ ଦୁଇ ଯୁବକ ଭଗବାନ ଏବଂ ମନୋଜଙ୍କର ଫଳ ଦୋକାନ ପୋଡିଯାଇଥିବା ଜଣାପଡିଛି। ଘଟଣା ଅନୁଯାୟୀ ଗତକାଲି ମଧ୍ୟ ରାତ୍ରୀରେ ଶୋଇଥିବା ବେଳେ ମଶା ଧୂପ ଲଗାଇଥିବା ସ୍ଥାନରେ ନିଆଁ ବାହାରି ସଂପୂର୍ଣ୍ଣ ଦୋକାନକୁ ପୋଡି ଦେଇଥିବା କୁହାଯାଇଛି।

ତେବେ ରାତିରେ ଦୋକାନ ଭିତରେ ଶୋଇଥିବା ବ୍ୟବସାୟୀମାନେ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି। ତୁରନ୍ତ ପୁଲିସକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିପାରିଥିଲେ। ତେବେ ଛୋଟ ଛୋଟ ବ୍ୟବସାୟୀମାନେ ବହୁ କଷ୍ଟରେ ଦିପଇସା ରୋଜଗାର କରିବା ପାଇଁ ଏଠାରେ ଫଳ ଦୋକାନ କରିଥିବା ବେଳେ ଏଭଳଇ ଆକସ୍ମିତ ଦୁର୍ଘଟଣାରେ ଲକ୍ଷାଧିକ ଟଂକା କ୍ଷତି ହୋଇଥିବାରୁ କିପରି ଏହାକୁ ଭରଣା କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର