ବେଗୁନିଆପଡା: ଗଂଜାମ ଜିଲ୍ଲା ସୀମାନ୍ତରେ ଥିବା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଶାଳିଆ ଡ଼୍ୟାମର୍‌ ଗଣ୍ଡରେ ପଞ୍ଜୁରୀ(କେଜ୍‌)ରେ ହେଉଛି ‘ଜଳଙ୍ଗ’ ମାଛ ଚାଷ। ୫୮ଟି କେଜ୍‌ କରାଯାଇ ଏହି ମାଛ ଚାଷ କରାଯାଉଛି। ଏହା ମାଛ ଚାଷୀଙ୍କ ଆର୍ଥିକ ମାନଦଣ୍ଡକୁ ବୃଦ୍ଧି କରିବାରେ ସହାୟକ ହୋଇପାରିଛି। ଏଥି ସହ କମ ଦାମରେ ଲୋକଙ୍କୁ ମିଳୁପାରୁଛି। ଏହି ମାଛ ବେଗୁନିଆପଡା, କୋଦଳା, ଖଲ୍ଲିକୋଟ, ବାଲୁଗାଁ, ବାଣପୁର ସମେତ ବ୍ରହ୍ମପୁର ଓ ଭୁବନେଶ୍ୱରକୁ  ଯୋଗାଣ ହେଉଥିବା ବେଗୁନିଆପଡ଼ା ବ୍ଲକ ମସ୍ୟ ସମ୍ପ୍ରସାରଣ ଅଧିକାରୀ ଦ୍ବିତୀକୃଷ୍ଣ ମହାରଣା ସୂଚନା ଦେଇଛନ୍ତି। ଏଥିସହ ସିଫ୍ରିର ବୈଜ୍ଞାନିକମାନେ ଏହି ମାଛ ଚାଷକୁ ନେଇ ଗବେଷଣା କରୁଥିବା ସେ ସୂଚନା ଦେଇଛନ୍ତି।
Advertisment
ରାଜ୍ୟ ସରକାରଙ୍କ ମତ୍ସ ସମ୍ପଦ ବିଭାଗର ତତ୍ତ୍ବାବଧାନରେ ଏହି ମାଛ ଚାଲିଛି। ୨୦୧୫-୧୬ରେ ପ୍ରଥମେ ପରୀକ୍ଷା ମୂଳକ ଭାବରେ ଏହି ପ୍ରକଳ୍ପ ହାତକୁ ନିଆଯାଇଥିଲା। ପ୍ରଥମେ ଶାଳିଆ ଡ୍ୟାମ ମଧ୍ୟ ଭାଗରେ ୨୮ଟି ଭାସମାନ କେଜ କରାଯାଇ ଜଳଙ୍ଗ ପ୍ରଜାତିର ମାଛ ଚାଷ ଆରମ୍ଭ କରାଯାଇଥିଲା।  ପରବର୍ତ୍ତୀ ସମୟରେ ଆଉ ୩୦ଟି କେଜ କରାଯାଇ ଏହି ଚାଷ କରାଯାଉଛି। ଏହି କେଜ୍‌ ଗୁଡ଼ିକ ତଦାରଖ କରିବା ଶାଳିଆ ଡ୍ୟାମ୍‌ ଜଳରାଶିରେ ୩ଟି ଭାସମାନ ଘର ନିର୍ମାଣ ହୋଇଛି। ନ୍ୟାସନାଲ ମିସନ୍‌ ଫର ପ୍ରୋଟିନ୍‌ ସପ୍ଲିମେଣ୍ଟ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି।
publive-image
ସ୍ଥାନୀୟ ଧୀବର ସମ୍ପ୍ରଦାୟର ଲୋକମାନଙ୍କୁ ନେଇ ସୋସାଇଟି ଗଠନ କରି ଏହି ମାଛ ଚାଷ କରାଯାଉଛି। ବର୍ତ୍ତମାନ ୨୮ଟି କେଜକୁ ସମ୍ପୃକ୍ତ ବିଭାଗ ତଦାରଖ କରୁଥିବା ବେଳେ ବାକି ଆଉ ୩୦ ଟି କେଜକୁ ‘ଇଫ୍‌କୋ’ ନାମକ ଏକ ସଂସ୍ଥାକୁ ଲିଜ ସୂତ୍ରରେ ଦିଆଯାଇଛି।
ଅନ୍ୟପକ୍ଷରେ ଏହି ମାଛ ଚାଷ ଉପରେ ସିଫ୍ରି (Central Inland  Fisheries Research Institute)ର ଏକ ଟିମ ଗବେଷଣା ଆରମ୍ଭ କରିଛନ୍ତି।
ଏହି ମାଛ ସମ୍ପୂର୍ଣ୍ଣ ଚର୍ବି ଜାତୀୟ ହୋଇଥିବା ବେଳେ ମାଛ ଚାଷୀ ଏହାକୁ କେଜି ପିଛା ୬୦ ରୁ ୭୦ଟଙ୍କାରେ ବିକ୍ରି କରୁଥିବା ବେଳେ ବ୍ୟବସାୟୀ ଗ୍ରାହକଙ୍କ କେଜି ପିଛା ୧୦୦ ରୁ ୧୨୦ ଟଙ୍କା ଦରରେ ବିକ୍ରି କରୁଛନ୍ତି।ଏହି ମାଛ ଚାଷ ଲାଗି  ଯାଅଁଳ ଛଡ଼ାଯିବାର ୭ ରୁ ୮ ମାସ ପରେ ଏହା ବିକ୍ରି ପାଇଁ ଉପଲବ୍ଧ ହୋଇଥାଏ। ଡ୍ୟାମ କୂଳରୁ ଡଙ୍ଗା ସାହାଯ୍ୟରେ କେଜ୍‌ ନିକଟକୁ ଯିବା ଆସିବା ସହ ମାଛ ପାଇଁ ଖାଦ୍ୟ ମଧ୍ୟ ନିଆ ଯାଇଥାଏ। ସାଧାରଣତଃ ଶାଳିଆ ଡ୍ୟାମ୍‌ ଭିତରେ ରୋହି, ଭାକୁର, ବାଉଁସପ।ତି, କାଞ୍ଜିଆ, ଫଳି, କଉ, ବାଲିଆ ଆଦି ମାଛ ଚାଷ କରାଯାଉଥିବା ବେଳେ ଡ୍ୟାମର ଗଣ୍ଡ ଦେଶରେ କେବଳ ଜଳଙ୍ଗ ପ୍ରଜାତିର ମାଛ ଚାଷ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି।