ହରିଚନ୍ଦନପୁର: ଆଜି ସକାଳ ପ୍ରାୟ ୬ଟାରେ ହରିଚନ୍ଦନପୁର ଅଞ୍ଚଳରେ କାଳ ବୈଶାଖୀ ସହ ପ୍ରବଳ ଘଡଘଡି ହୋଇଥିଲା। ବଜ୍ରାଘାତରେ ହରିଚନ୍ଦନପୁର ବ୍ଲକ ଠାକୁରପଡ଼ା ଗ୍ରାମର ମିତ୍ରଭାନୁ ଦେହୁରୀଙ୍କ ଏକ ବାଛୁରୀର ମୃତ୍ୟୁ ଘଟିଛି। ବାଛୁରୀଟି ଘରପାଖ ଏକ ଗଛ ତଳେ ଚରୁଥିବା ବେଳେ ବଜ୍ରଘାତର ଶିକାର ହୋଇଥିଲା। ଖବରପାଇ ବ୍ଲକ ପ୍ରାଣୀ ଅଧିକାରୀ ଡାକ୍ତର ଜୀବନ କୁମାର ମୁଣ୍ଡା ଘଟଣା ସ୍ଥଳରେ ପହଞ୍ଚି ମୃତ ବାଛୁରୀଟିକୁ ଦେଖିଥିଲେ । କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି।
ବଜ୍ରାଘାତରେ ବାଛୁରୀ ମୃତ
/sambad/media/post_attachments/wp-content/uploads/2021/04/t-56.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)