ମୋହନା: ଗଜପତି ଜିଲ୍ଲା ମୋହନାର ମୁଖ୍ୟ ବଜାରସ୍ଥିତ ଶ୍ରୀହରି ଜୁଏଲର୍ସରୁ ଲୁଟ୍‌ ହୋଇଛି। ଲୁଟେରା ସୁନା, ରୂପା ଅଳଙ୍କାର ସହ ଟଙ୍କା ବ୍ୟାଗ୍‌ ଧରି ଚମ୍ପଟ ମାରିଛନ୍ତି। ଲୁଟ୍‌ ହୋଇଥିବା ସାମଗ୍ରୀ ମଧ୍ୟରେ ଏକ କେଜି ସୁନା, ୫ କିଲୋ ରୁପା ଏବଂ ନଗଦ ୭୦ ହଜାର ଟଙ୍କା ରହିଥିବାର ସୂଚନା ମିଳିଛି । ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି । 

Advertisment

ଖବର ଅନୁଯାୟୀ, ବୁଧବାର ରାତି ୯ଟା ସମୟରେ ଦୋକାନ ମାଲିକ ବି. ମୋହନ ରାଓ ଆଚାରୀ ଦୋକାନା ବନ୍ଦ କରି ଘରକୁ ଯାଉଥିଲେ। ସେ ଏକ ବ୍ୟାଗ୍‌ରେ  ଦୋକାନର ସମସ୍ତ ସୁନା-ରୁପା ଏବଂ ନଗଦ ଟଙ୍କା ରହିଥିଲା। ସେ ଦୋକାନ ଆଗରେ ବ୍ୟାଗ୍‌କୁ ରଖିଥିଲେ ।

ଏହି ସମୟରେ ହଠାତ୍‌ ଦୁଇ ଜଣ ଲୁଟେରା ବାଇକ୍‌ରେ ଆସି ଅଳଙ୍କାର ଏବଂ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ନେଇ ଚମ୍ପଟ ମାରିଥିଲେ। ମୋହନ ରାଓ ଲୁଟ୍‌ ନେଇ ମୋହନା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୋକାନ ପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ମଧ୍ୟ  ପୁଲିସ ଯାଞ୍ଚ୍ କରୁଛି ।