ବିଏସଏଫ ପକ୍ଷରୁ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର

ବୈପାରିଗୁଡା: ୧୫୧ ବିଏସଏଫ ବାଟାଲିୟନର କମାଣ୍ଡେଣ୍ଟ ଅଜୟ କୁମାରଙ୍କ ନିର୍ଦ୍ଦେଶକ୍ରମେ ବୈପାରିଗୁଡା ବ୍ଲକର ଦଣ୍ଡାବାଡି ଠାରେ ଅବସ୍ଥାପିତ ୧୫୧ ବିଏସଏଫ ବାଟାଲିୟନ ତରଫରୁ ସଲପପଦର ଠାରେ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ସହକାରୀ କମାଣ୍ଡେଣ୍ଟ ଅଶୋକ କୁମାରଙ୍କ ତତ୍ବାବଧାନରେ ଆୟୋଜିତ ଏହି ଶିବିରରେ ଇନ୍ସପେକ୍ଟର ସୁମେର ସିଂହ ମିନା, ଦଣ୍ଡାବାଡି ସରପଞ୍ଚ ଚେଣ୍ଡିଆ ଖିଲ, ସଲପପଦର ଓ୍ବାର୍ଡ ମେମ୍ବର କାଶୀ ଖରା ଏବଂ ଅଗଂନବାଡି କର୍ମୀ ବବିତା ଗୈାଡ ପ୍ରମୁଖ ଉପସ୍ଥିତ ଥିଲେ।

ଆଜିର ଏହି ସ୍ବାସ୍ଥ୍ୟ ଶିବିରରେ ସଲପପଦର ସମେତ ତୋଟାପାଣି, ପାଟକିକୁମ୍ବି, ପୁରୁଡାବେଡା, ଅଣ୍ଡରାଯୋଡି, ପାଣ୍ଡରିପାଣିର ୨୪୮ ଜଣ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣାରେ ଆବଶ୍ୟକୀୟ ଔଷଧ ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬୦ ଜଣ ପୁରୁଷ, ୧୩୩ ଜଣ ମହିଳା ଏବଂ ୫୫ ଜଣ ଶିଶୁ ରହିଥିଲେ। ଗ୍ରାମବାସୀ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବା ସହ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର