ଖୋର୍ଦ୍ଧା ଉପକାରାଗାରରେ ଆଇନ ସଚେତନତା ଶିବିର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଖୋର୍ଦ୍ଧା ଉପକାରାଗାର ଠାରେ ଅନ୍ତେବାସୀ ବନ୍ଦୀଙ୍କ ପାଇଁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇନ ସେବା ପ୍ରାଧିକରଣର ସମ୍ପାଦକ ତଥା ସିଭିଲ୍‌ ଜଜ୍‌ (ବରିଷ୍ଠ) ସୌଦାମିନୀ ସିଂହ ଉଦଘାଟକ ଭାବେ ଯୋଗ ଦେଇଥିଲେ। ଉପକାରାଗାର ଅଧୀକ୍ଷକ କୃଷ୍ଣଚନ୍ଦ୍ର ରାଉତ ଶିବିରର ଅଧ୍ୟକ୍ଷତା କରିଥିଲେ। ତାଲୁକ ଆଇନସେବା କମିଟିର ରିଟନର ଚିତ୍ତରଞ୍ଜନ ଯୁଝାରସିଂହ, ଜିଲ୍ଲା ଆଇନସେବା ପ୍ରାଧିକରଣ (ଭୁବନେଶ୍ବର)ର ସମ୍ବିତ ପାଣିଗ୍ରାହୀ, ଖୋର୍ଦ୍ଧା ତାଲୁକ ଆଇନ ସେବା କମିଟିର ସମ୍ପାଦକ ବସନ୍ତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

ସାମାଜିକ କର୍ମୀ ସୁକ୍ରମ କେଶରୀ ଚମ୍ପତ୍ତି ଓ ଆଇନ ସେବା ପ୍ରାଧିକରଣର କର୍ମଚାରୀ ମାନେ ଯୋଗ ଦେଇ ବନ୍ଦୀମାନଙ୍କ ଅଧିକାର, ମାନବାଧିକାର ଆଇନ ଆଦି ସମ୍ପର୍କରେ ବୁଝାଇଥିଲେ।

ସମ୍ବନ୍ଧିତ ଖବର