ମେଗା ହାଇଡ୍ରୋସିଲ୍ ଅସ୍ତ୍ରୋପଚାର ଶିବିର

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟରେ ଏକ ମେଗା ହାଇଡ୍ରୋସିଲ୍ ଅସ୍ତ୍ରପ୍ରଚାର ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ପ୍ରମୋଦ କୁମାର ସାହୁଙ୍କ ତତ୍ୱାବଧାନରେ ଜିଲ୍ଲା ଏନଭିବିଡିସିପି ୟୁନିଟ ଏବଂ ଲେପ୍ରୋ ସୋସାଇଟି ମିଳିତ ସହଯୋଗରେ ୧୧ ଜଣ ରୋଗୀଙ୍କର ସଫଳ ଅସ୍ତ୍ରୋପ୍ରଚାର ହୋଇ ଯାଇଛି।

ଡାକ୍ତର ଶିବାନନ୍ଦ ମହାନ୍ତିଙ୍କ ନେତୃତ୍ବରେ ଚାରି ଜଣିଆ ଡାକ୍ତରୀ ଦଳ ଡାକ୍ତର ସତ୍ୟପ୍ରକାଶ ଧଳ, ଡାକ୍ତର ଡି. ଏନ୍ ପରିଡା, ଡାକ୍ତର ଡିଭି ରବି କୁମାର ପ୍ରମୁଖ ଉକ୍ତ ଅସ୍ତ୍ରୋପ୍ରଚାର ଶିବିରକୁ ପରିଚାଳନା କରିଥିଲେ। ଉକ୍ତ ଶିବିରରେ ବହଳଦା ବ୍ଲକର ୬ ଜଣ ଓ ରାଇରଙ୍ଗପୁର ବ୍ଲକର ୫ ଜଣ ରୋଗୀଙ୍କର ସଫଳ ଅସ୍ତ୍ରୋପ୍ରଚାର କରାଯାଇଥିଲା।

ସମ୍ବନ୍ଧିତ ଖବର