ରାୟଗଡା: ରାୟଗଡା ଜିଲ୍ଲା କୋଲନରା ବ୍ଲକର ଶ୍ରୀକ୍ଷେତ୍ର କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଆଜି ମଙ୍ଗଳବାର ପାଳିତ ହୋଇଯାଇଛି। ଏଥିରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷା ଅନଶୁୟା ମାଝୀ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, କୋଲନରା ପଞ୍ଚାୟତ ସମିତି ଅଧ୍ୟକ୍ଷା ସଂଯୁକ୍ତା କୁଲସିକା, କୋଲନରା ଜିଲ୍ଲା ପରିଷଦ ସଭ୍ୟ ଧବଳେଶ୍ବର ନାଇଡୁ, ସ୍ୱତନ୍ତ୍ର ବିକାଶ ପରିଷଦ ସଭ୍ୟ ଟି. ଅଙ୍କେଟି, କୋଲନରା ବ୍ଲକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ଏବଂ ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମୀନ ଶୁଭଦର୍ଶିନୀ ସାହୁ ପ୍ରମୁଖ ଯୋଗଦାନ କରି ନିର୍ମାଣ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମୀନି ଶୁଭଦର୍ଶିନୀ ସାହୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଜିଲ୍ଲାରେ ପଞ୍ଜୀକୃତ ସଙ୍ଗଠିତ ଓ ଅଣସଗଠିତ ଶ୍ରମିକ ମାନଙ୍କ ତାଲିକା ଉପସ୍ଥାପନ କରିବା ସହ ସେମାନଙ୍କ କଲ୍ୟାଣ ନିମନ୍ତେ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ସହାୟତା ସମ୍ବନ୍ଧରେ ଉପସ୍ଥାପନ କରିଥିଲେ। ରାୟଗଡା ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଆଜି ପର୍ଯ୍ୟନ୍ତ ମୋଟ ୧,୦୧,୬୧୨ ଜଣ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଥିବା ବେଳେ ଜିଲ୍ଲାରେ ୨୦୨୨-୨୦୨୩ ଆର୍ଥିକ
ବର୍ଷରେ ମୋଟ ୨,୩୭,୪୭,୪୧୮ ଟଙ୍କା ଲେବର ସେସ୍ ଆଦାୟ କରାଯାଇଅଛି।

Advertisment

୨୦୨୩-୨୦୨୪ ଆର୍ଥିକ ବର୍ଷରେ ଶ୍ରମିକ ମାନଙ୍କୁ ଶିକ୍ଷା ସହାୟତା ବାବଦକୁ ୫୦ ଜଣ ହିତାଧିକାରୀଙ୍କୁ ୨,୫୬,୨୦୦ ଟଙ୍କା,୬୩ ଜଣଙ୍କୁ ବିବାହ ସହାୟତା ବାବଦକୁ ୩୦,୫୦,୦୦୦ ଟଙ୍କା ପ୍ରସୂତୀକାଳିନ ସହାୟତା ବାବଦକୁ ୮ ଜଣକୁ ୮୦,୦୦୦ ଟଙ୍କା, ମୃତ୍ୟୁ ଓ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ପାଇଁ ୨୫୯ ଜଣକୁ ୨,୫୨,୭୬,୦୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସର୍ବମୋଟ ୩୮୦ ଜଣ ହିତାଧିକାରୀଙ୍କୁ ୨,୮୬,୬୨,୨୦୦ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ରାୟଗଡା ଜିଲ୍ଲାରେ ପଞ୍ଜୀକୃତ ହୋଇଥିବା ଅଣ ସଙ୍ଗଠିତ ଶ୍ରମିକ ବର୍ଗର ତାଲିକା ପଞ୍ଜୀକୃତ ହୋଇଥିବା ଅଣ ସଙ୍ଗଠିତ ଶ୍ରମିକ ବୁଲା ବିକାଳି ୫୭୭ ଜଣ, କ୍ଷୁଦ୍ରବେପାରୀ ୧୦୫୧ଜଣ, ଘରୋଇ ଶ୍ରମିକ ୬୮୬ଜଣ, ରିକ୍ସା ଚାଳକ ୧୯ଜଣ, ଅଟୋ ଚାଳକ ୪୨୯ଜଣ, ମୋଚି ୦୨ଜଣ, କୃଷି ଶ୍ରମିକ ୪୭୯୭ ଜଣ ଜଙ୍ଗଲ ଶ୍ରମିକ ୪୩୯ଜଣ ଖବର କାଗଜ ବିକାଳି ୮୦ଜଣ, ସଫେଇ ବାଲା ୫୩ଜଣ ଥିବା ବେଳେ ମୋଟ ୮୧୩୩ ଜଣ ଅଛନ୍ତି। ରାୟଗଡା ଜିଲ୍ଲାରେ ଅଣ ସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡରେ ଆଜି ପର୍ଯ୍ୟନ୍ତ ମୋଟ ୪୪,୦୦,୦୦୦ ଟଙ୍କା ୪୪ ଜଣ ଅଣ ସଙ୍ଗଠିତ ଶ୍ରମିକଙ୍କୁ ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରାଯାଇଅଛି।ରାୟଗଡା ଜିଲ୍ଲାରେ ଅଣ ସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡରେ ଆଜି ପର୍ଯ୍ୟନ୍ତ ମୋଟ ୮୧୩୩ ଜଣ ଅଣ ସଙ୍ଗଠିତ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ଶେଷରେ ସହକାରୀ ଶ୍ରମ ଅଧିକାରୀ ସଞ୍ଜୟ କୁମାର ରଇତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।