ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଅବସ୍ଥାପିତ ବିଏସଏଫ ୬୮ ବାଟାଲିୟନର ବ୍ରେଭୋ କମ୍ପାନି ତରଫରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କମ୍ପାନିର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମନୋଜ କୁମାରଙ୍କ ନେତୃତ୍ବରେ ଯବାନ ମାନେ ନାରାୟଣପାଟଣା, ବୋରିଗି ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ପହଞ୍ଚି ଲୋକମାନଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏଥସହ ପୁଲିସ ହେଉ ବା ବିଏସଏଫ ସବୁବେଳେ ଲୋକଙ୍କ ପାଇଁ କାମ କରନ୍ତି। ତେଣୁ ସେମାନଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ଏସି ମନୋଜ କୁମାର ଗ୍ରାମବାସୀଙ୍କୁ ନିବେଦନ କରିଥିଲେ। ଏହାପରେ ମଙ୍ଗଳପୁର, ମାଝିଗୁଡ଼ା, ଦୁଗାମ୍, ବାସନଝୋଲା, ବୋରିଗି, ଗାଦବାଗୁଡା, ମାଙ୍କଡଝୋଲା, ଝାଲିଆଗୁଡା ଏବଂ ଆଖପାଖ ୧୧ଟି ଗ୍ରାମରେ
ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିଲା।
ତେବେ ଆସନ୍ତ ୧୦ ତାରିଖରୁ ୧୨ଟି ଭଲି ବଲ ଟିମକୁ ନେଇ ଏକ ଟୁର୍ଣ୍ଣାମେଣ୍ଟ କ୍ୟାମ୍ପ ପରିସରରେ ଆୟୋଜିତ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯିବ ବୋଲି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମନୋଜ କୁମାର ପ୍ରକାଶ କରିଛନ୍ତି। ପ୍ରତ୍ୟକ ଗ୍ରାମରେ ବହୁ ସଂଖ୍ୟକ ମହିଳା, ପୁରୁଷ ଓ ପିଲାମାନେ ଜନ ସମ୍ପର୍କ ଶିବିରରେ ଉପସ୍ଥିତ ରହି ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ଦିଆଯାଇଥିଲା। ପରେ, ମହିଳା ମାନଙ୍କୁ ହାଣ୍ଡି, ଗାମୁଛା, ଶାଢ଼ୀ, ନାଇଟି ଓ ଝିଅ ମାନଙ୍କୁ ଫ୍ରକ୍, ପ୍ୟାଣ୍ଟ୍ ଓ ପିଲାମାନଙ୍କୁ ଡ୍ରେସ, ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଛି। ପୁରୁଷ ମାନଙ୍କୁ ଲୁଙ୍ଗି, ସାର୍ଟ ଓ ଗାମୁଛା, ଛୋଟ ପିଲାମାନଙ୍କୁ ବହି, ନୋଟ୍ ବୁକ୍, ପେନ୍, ପେନସିଲ, ଚପଲ ଆଦି ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୬୮ ବାଟାଲିୟନର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମନୋଜ କୁମାର, ଏଏସଆଇ, ଟିପୁଲ୍ କୁମାର, ଜିବି ରବି ଉପସ୍ଥିତ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/WhatsApp-Image-2022-01-08-at-6.40.39-PM.jpeg)