ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଦଳେଇପୁଟ ଠାରେ ଥିବା କନକ ମଞ୍ଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟରେ ଆଜି ବାଙ୍ଗାଲୁରୁର ଜଣାଶୁଣା ସିଷ୍ଟମ୍ସ, ଆପ୍ଲିକେସନ୍ ଓ ପ୍ରଡକ୍ଟ କନ୍ସଲଟିଂ କମ୍ପାନି ପିଓଲ୍ ଟେକ୍ନଲୋଜିସ୍ ପ୍ରା ଲିଃ ପକ୍ଷରୁ ଏକ କ୍ୟାମ୍ପସ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେଏମ୍ବିବି ବୈଷୟିକ ମହାବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରିକାଲ୍ ଇଂଜିନିୟରିଂ, ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଂଜିନିୟରିଂ, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ପ୍ୟୁଟର ସାଇନ୍ସ ବିଭାଗର ଛାତ୍ରଛାତ୍ରୀଙ୍କ ସହ ଅନ୍ୟ ବୈଷୟିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ। ଚୟନ ପ୍ରକ୍ରିୟାରେ କେଏମ୍ବିବି ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ପ୍ରସଙ୍ଗ କୁଶଳତା ଦେଖି କମ୍ପାନିରୁ ଯୋଗ ଦେଇଥିବା ଅଧିକାରୀ ଜି. ପ୍ରମୋଦ ଓ ଜି. ମହେଶ ଉଚ୍ଚ ପ୍ରଶଂସା କରିଥିଲେ।

Advertisment

publive-image Sambad

ଏହି ଚୟନ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ପ୍ଲେସମେଣ୍ଟ ବିଭାଗର ମୁଖ୍ୟ ପ୍ରଫେସର ମନମୋହନ ସାହୁ ସଂଯୋଜନା କରିଥିବା ବେଳେ ପ୍ରଫେସର ସ୍ୱାଗତିକା ପାତ୍ର, ସଂଗ୍ରାମ କେଶରୀ ତ୍ରିପାଠୀ, ବିଖ୍ୟାତ ଅଧିକାରୀ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ପିଓଲ୍ ସୋଲ୍ୟୁସନର ଅଧିକାରୀଙ୍କୁ କେଏମ୍ବିବି ପକ୍ଷରୁ ମହାବିଦ୍ୟାଳୟର ପ୍ରିନ୍ସପାଲ୍ ସୌମ୍ୟଦର୍ଶନ ମହାନ୍ତି ସମ୍ବର୍ଦ୍ଧନା କରିଥିଲେ। କ୍ୟାମ୍ପସ ପ୍ରକ୍ରିୟା ପାଇଁ ପିଓଲ୍ ସୋଲ୍ୟୁସନ୍ସ କେଏମ୍ବିବିକୁ ଚୟନ କରିଥିବାରୁ କମ୍ପାନି କର୍ତୃପକ୍ଷଙ୍କୁ କେଏମ୍ବିବିର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ମହାବିଦ୍ୟାଳୟ ନିର୍ଦେଶକ (ପ୍ରଶାସନ) ଧନ୍ୟବାଦ ଜଣାଇଛନ୍ତି।