ସୋନପୁର: ସୋନପୁର ପୁଲିସ ଜଣେ ବ୍ୟକ୍ତିଠାରୁ ୫ କେଜି ଗଞ୍ଜେଇ ସହ ୮ଶହ ଟଙ୍କାର ନକଲି ନୋଟ୍ ଜବତ କରିଛି। ଘଟଣାରେ କଟକ ଜିଲ୍ଲା ଜଗତପୁର ଥାନା ପୁରୁଡ଼ାଗାଛି ଗ୍ରାମର ମୋହନ ସାହୁ ଓରଫ ମିଟୁ(୩୭)କୁ ଗିରଫ କରିଛି ପୁଲିସ। ପୁଲିସ ସୂତ୍ରରୁ ପ୍ରକାଶ, ମୋହନ ଓରଫ ମିଟୁ ସୋନପୁର ବସଷ୍ଟାଣ୍ଡରେ ଥିବା ଏକ ଦୋକାନରୁ କିଛି ଜିନିଷ କିଣି ଟଙ୍କା ଦେଇଥିଲା। ତେବେ ସେହି ଟଙ୍କା ନକଲି ବୋଲି ଜାଣିପାରି ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ସେଠାରେ ପହଞ୍ଚି ମୋହନକୁ ଧରିଥିଲା।

Advertisment

ଯାଞ୍ଚ ସମୟରେ ପୁଲିସ ଅଭିଯୁକ୍ତ ମୋହନଠାରୁ ୫ କେଜି ଗଞ୍ଜେଇ ସହ ୫ ହଜାର ୫ ଶହ ଟଙ୍କା ଜବତ କରିଛି। ସେଥିମଧ୍ୟରୁ ୮ ଶହ ଟଙ୍କା ହେଉଛି ନକଲି। ଯେଉଁଥିରୁ ଗୋଟିଏ ୫ଶହ ଟଙ୍କିଆ, ଗୋଟିଏ ୨ଶହ ଟଙ୍କିଆ ଓ ଗୋଟିଏ ଶହେ ଟଙ୍କିଆ ନୋଟ୍ ରହିଛି। ଶୁକ୍ରବାର ଅଭିଯୁକ୍ତ ମୋହନକୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି କୃଷ୍ଣଚନ୍ଦ୍ର ମେହେର ସୂଚନା ଦେଇଛନ୍ତି।