ଛତିଆ: ବୈରୀ ଥାନା ତଥା ଛତିଆ ଫାଣ୍ଡି ଅନ୍ତର୍ଗତ ଚମ୍ପାପୁର ହାଟ ନିକଟରୁ ଜଣେ ଯୁବକକୁ ଗିରଫ କରାଯିବା ସହ ତା’ ନିକଟରୁ ୬.୬ କେଜି ଗଞ୍ଜେଇ ଜବତ କରାଯାଇଛି। ଅଭିଯୁକ୍ତ ଚମ୍ପାପୁର ଗ୍ରାମର ସୁଶାନ୍ତ ବିଶ୍ବାଳ ଓରଫ କୁନା(୩୮)। କୁନା ଗଞ୍ଜେଇ ନେଇ ଯାଉଥିବା ସୂଚନା ପାଇ ବୈରୀ ଥାନାଅଧିକାରୀ ପ୍ରଦୀପ୍ତ କାନୁନଗୋ ଓ ଛତିଆ ଫାଣ୍ତି ଅଧିକାରୀ ନାରାୟଣ ପ୍ରସାଦ ବେହେରା ସଦଳବଳ ପିଛା କରି ତାକୁ ଚମ୍ପାପୁର ହାଟ ନିକଟରୁ ଧରିଥିଲେ।
ବୈରୀ ଥାନା କେସ୍ ନଂ ୧୨୦/୨୩ ରେ ଅଭିଯୁକ୍ତକୁ ଗିରଫ କରାଯିବା ସହ ତା’ ଠାରୁ ୧ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଜବତ କରାଯାଇଛି। କୁନା ବ୍ୟବହାର କରୁଥିବା ସ୍ପ୍ଲେଣ୍ତର ବାଇକ୍ ନମ୍ବର ଓଡି-୦୪ଆର-୭୩୧୦କୁ ମଧ୍ୟ ଜବତ କରାଯାଇଛି। ଚଢ଼ଉରେ ଏସଆଇ ଜହର ଆବେଦିନ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/30-17.jpg)