ମ.ରାମପୁର: ମ.ରାମପୁର ପୁଲିସ ଆଜି ଏକ ଗଂଜେଇ ଚୋରାଚାଲାଣ ହେଉଥିବା ଭ୍ୟାନ୍କୁ ଜବତ କରିଥିବାବେଳେ ଏହାର ଚାଳକ ଫେରାର୍ ହୋଇଯାଇଛି । ସୂଚନାନୁସାରେ କୌଣସି ସୂତ୍ରରୁ ମ.ରାମପୁର ପୁଲିସ ଖବର ପାଇ ଜାତୀୟ ରାଜପଥ ୫୯ର ପଣ୍ଡକାମାଲ ଓ ଅଅଁଲାପାଲି ରାସ୍ତାରେ ଏକ ଭ୍ୟାନ୍ (ଓଡି୨୬ସି-୮୬୨୨)କୁ ଗୋଡ଼ାଇ ଧରିଥିଲା।
ପୁଲିସକୁ ଦେଖି ଚାଳକ ଗାଡ଼ି ଛାଡ଼ି ଜଙ୍ଗଲ ଭିତରକୁ ଫେରାର୍ ହୋଇଯାଇଥିଲା। ପରେ ପୁଲିସ ଗାଡ଼ି ଯାଞ୍ଚ କରିବାରୁ ଗାଡ଼ିରୁ ୨୦ କେଜି ଓଜନର ୧୪ଟି ପ୍ୟାକେଟ୍ ଜବତ କରିଥିଲା। ପୁଲିସ ଗାଡ଼ି ଓ ଗଂଜେଇ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/13-3.jpg)