ନବନିର୍ବାଚିତ ବିଜେଡି ଜିଲ୍ଲାପରିଷଦ ସଭ୍ୟ ସାଂଗଠନିକ ସଂପାଦକଙ୍କୁ ଭେଟିଲେ: ଅଧ୍ୟକ୍ଷ ଦୈଡ଼ରେ ୪

ଜୟପୁର: ଆସନ୍ତା ୧୪ତାରିଖ ଦିନ ହେବ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦବୀର ନିର୍ବାଚନ। କୋରାପୁଟ ଜିଲ୍ଲାର ୨୯ଟି ଜିଲ୍ଲାପରିଷଦ ଆସନରୁ ବିଜେଡି ୧୬ଟି ଜୋନରେ ବିଜୟୀ ହୋଇ ଏକକ୍ ସଂଖ୍ୟା ଗରିଷ୍ଠତା ଲାଭ କରିଛି। ସେଭଳି କଂ‌ଗ୍ରେସ ୧୨ଟି ଓ ସ୍ବାଧୀନ ଗୋଟିଏ ଜୋନରେ ବିଜୟୀ ହୋଇଛି। ବିଜେଡିର ୧୬ଜଣ ଜିଲ୍ଲାପରିଷଦ ସଭ୍ୟ ଗଣତି ‌ପର ଠାରୁ ହିଁ ଅଜ୍ଞାତବାସରେ ରହିଥିଲେ। ଆଜି ସେମାନଙ୍କୁ ନେଇ ଭୁବନେଶ୍ବର ମୁଖ୍ୟମନ୍ତ୍ରୀ ଗ୍ରୀଭେନସ୍ ସେଲକୁ ନେଇ ଜିଲ୍ଲା ବିଜେଡି ସଭାପତି ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ ରାଜ୍ୟସଂଗଠନ ସଂପାଦକ ପ୍ରଣବ ପ୍ରକାଶ (ବବି) ଦାଶଙ୍କୁ ଭେଟାଇଥିଲେ। ସମସ୍ତଙ୍କୁ ସଂଗଠନ ସଂପାଦକ ଶୁଭେଛା ଜଣାଇବା ସହ ଦଳ ଚୟନ କରିଥିବା ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀର ପ୍ରାର୍ଥୀଙ୍କୁ ଜିତାଇବାକୁ କହିଥିବା ଜିଲ୍ଲା ବିଜେଡି ସଭାପତି କହିଛନ୍ତି।

ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଲତା ରାୟ, ବିଜୁ ଛାତ୍ର ଜନତା ଦଳ ଜିଲ୍ଲାସଭାପତି ଶଶାଙ୍କ ମିଶ୍ର, ଇଶ୍ବର ଆଲଡା, କେଲ୍ଲାକା ସ୍ବାମୀ ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟକ୍ଷ ପଦବୀ ପାଇଁ କୁନ୍ଦ୍ରା ବ୍ଲକର କନକଲତା ପେଣ୍ଟିଆ, କୋଟପାଡ଼ ବ୍ଲକର ଗୀତା ମାଝୀ, ବନ୍ଧୁଗାଁ ବ୍ଲକର ସସ୍ମିତା ମେଲକା, ନନ୍ଦପୁର ବ୍ଲକର ନମୟନ୍ତି ଖିଲ୍ ଆବେଦନ କରିଥିବା କହିଛନ୍ତି ଜିଲ୍ଲାସଭାପତି। ଏମାନଙ୍କ ମଧ୍ୟରୁ ଦୈଡରେ ବନ୍ଧୁଗାଁ ବ୍ଲକର ସସ୍ମିତା ଓନନ୍ଦପୁର ବ୍ଲକର ନମୟନ୍ତି ଆଗୁଆ ରହିଥିବା ସୂଚନା ମିଳିଛି। ସେଭଳି ଉପାଧ୍ୟକ୍ଷ ପଦବୀ ଆଶାୟୀଙ୍କ ମଧ୍ୟରେ ବୋରିଗୁମ୍ମା ବ୍ଲକର ପ୍ରସାଦ ଚନ୍ଦ୍ର ବିଡ଼ିକ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର