ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲାର ଗାଁରୁ ସହର ଡିସେମ୍ବର ୨୫ ପ୍ରଭୁଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ନିମନ୍ତେ ଚଳଚଞ୍ଚଳ ଥିବା ବେଳେ ବିଭିନ୍ନ ଗ୍ରାମ, ସହରରେ ଥିବା ଚର୍ଚ୍ଚ ତରଫରୁ କ୍ୟାଣ୍ଡେଲ ଜାଳି ପଦଯାତ୍ରା ମାଧ୍ୟମରେ ସମସ୍ତଙ୍କୁ ଖ୍ରୀଷ୍ଟ ଜନ୍ମ ଦିନ ବା ବଡ଼ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଦିଆଯାଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ମାଲିକାପଡ଼ି ଠାରେ ଥିବା ମାତୃମଣ୍ଡଳି ବାପଟିଷ୍ଟ ଚର୍ଚ୍ଚ ତରଫରୁ କ୍ୟାଣ୍ଡେଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଏହି ପଦଯାତ୍ରା କାର୍ଯ୍ୟକ୍ରମକୁ ସ୍ଥାନୀୟ ଚର୍ଚ୍ଚ ପାଳକ ଆଚାର୍ଯ୍ୟ ସୁବୋଧ ପରିଛା ପରିଚାଳନା କରିବା ସହିତ ଡ଼ାକବାଜି ମାଧ୍ୟମରେ ସହରରେ ପଦଯାତ୍ରା ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ବା ବଡ଼ଦିନର ମହତ୍ତ୍ବ କହିବା ସହ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ, ମୃତ୍ୟୁ, ପୁନରୁଥାନ, ସ୍ଵର୍ଗାରୋହଣ ଓ ଦ୍ଵିତୀୟ ଆଗମନର ସମ୍ବାଦ ପ୍ରଚାର କରିଥିଲେ ଓ ଅନେକଙ୍କ ନିମନ୍ତେ ଏହି ବଡ଼ ଦିନ ଖୁସି, ସମୃଦ୍ଧ, ଶାନ୍ତି ଆଣିଦେଉ ବୋଲି କାମନା କରିଥିଲେ।
କାର୍ଯ୍ୟକ୍ରମରେ ସଭାପତି ଭୂପତି ନାୟକ, ଉପସଭାପତି ଅରୁଣ କୁମାର ପ୍ରଧାନ, ସମ୍ପାଦକ ହାର୍ଟ ନାୟକ, ସହସମ୍ପାଦକ ସଞ୍ଜିତ ନାୟକ ପ୍ରମୁଖ ଉପସ୍ଥିତ ରହିବା ସହିତ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଓ ଯୁବକ ଯୁବତୀ ହାତରେ କ୍ୟାଣ୍ଡେଲ ଧରି ସହର ପରିକ୍ରମା କରିଥିଲେ। ଏହି ଅବସରରେ ସ୍ଥାନୀୟ ଗାନ୍ଧୀ ଛକ, ଚକରା ବିଶାୟୀ ଛକ ଠାରେ ଯୁବକ ଯୁବତୀମାନେ ନାଚଗୀତ ପ୍ରଦର୍ଶନ କରିଥିଲେ। ସ୍ଥାନୀୟ ଥାନା ଅଧିକାରୀ ଅଜୟ କୁମାର ସ୍ଵାଇଁଙ୍କ ତତ୍ତ୍ଵାବଧାନରେ ସୁରକ୍ଷା ବାହିନୀ ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ୍ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/IMG-20231222-WA0307.jpg)