କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅନ୍ତର୍ଗତ ମାଛକୁଣ୍ଡ ଠାରେ ପୁଲିସ ପ୍ରାୟ ଦେଢ଼ କୋଟି ଟଙ୍କା ମୂଲ୍ୟର ଚୋରା ଗଞ୍ଜେଇ ଜବତ କରିଛି। ଏକ ଟ୍ରକ୍ରେ ଏହି ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି। ଏତେ ପରିମାଣର ଗଞ୍ଜେଇ ଜବତ ପରେ କୋରାପୁଟ ଜିଲ୍ଲାରେ ଗଞ୍ଜେଇ ଚୋରା କାରବାର ବ୍ୟାପକଭାବେ ଚାଲିଥିବା ନେଇ ତଥ୍ୟ ପଦାକୁ ଆସିବାରେ ଲାଗିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ମାଛକୁଣ୍ଡ ଥାନା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ଟ୍ରକ୍ ଦୃତଗତିରେ ଯାଉଥିବାରୁ ତାକୁ ସନ୍ଦେହରେ ଅଟକାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପୁଲିସକୁ ଦେଖି ଟ୍ରକ୍ ଡ୍ରାଇଭର ଟ୍ରକ୍ ଛାଡ଼ି ଫେରାର ହୋଇଯିବାରୁ ପୁଲିସ ଟ୍ରକ୍ଟିକୁ ଜବତ କରି ଥାନାକୁ ଆଣିଥିଲା। ସେଠାରେ ଏହାକୁ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜଣାପଡ଼ିଥିଲା। ତେବେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଏହି ଗଞ୍ଜେଇ ଓଜନ ହେବ ବୋଲି ପୁଲିସ କହିଥିବା ବେଳେ ପାୟ୍ର ୩୦ କ୍ୟୁଣ୍ଟାଲ ଗଞ୍ଜେଇ ଟ୍ରକ୍ରେ ଭର୍ତ୍ତି ହୋଇଥିବା ପୁଲିସ ଅନୁମାନ କରୁଛି। ଜବତ ହୋଇଥିିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କା ହୋଇଥିିବା ବେଳେ ଏତେ ଗଞ୍ଜେଇ କୁଆଡେ ଯାଉଥିଲା ଓ କିଏ ନେଉଥିଲା, ତାହା ଜଣିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ପଛରେ ଏକ ବଡ଼ ଧରଣର ର୍ୟାକେଟ ଥିବା ସନ୍ଦେହ କରାଯାଉଛି।
କୋରାପୁଟ: ଦେଢ଼କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ସହିତ ଟ୍ରକ୍ ଜବତ
/sambad/media/post_attachments/wp-content/uploads/2018/09/truck-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)