ଜୟପୁର: ଜୟପୁର ବ୍ଲକର ଗଡ଼ପଦର ନିକଟରେ ରେଳପଥ ଦୋହରୀକରଣ କାମ ଚାଳିଛି। ଏଥି ପାଇଁ ପ୍ରତ୍ୟେକ ଦିନ ୧୦ରୁ ୧୨ଟି ହାଇୱାରେ ମାଟି ମୁଖ୍ୟକେନାଲ ପାର୍ଶ୍ବ ରାସ୍ତା ଦେଇ ଅଣାଯାଉଛି। ଫଳ ସ୍ବରୁପ ଦିନକୁ ଦିନ ମୁଖ୍ୟ କେନାଲ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ତା’ ସାଙ୍ଗକୁ ଛାତଡିଫୁଟ ନିକଟରେ ଥିବା କଲଭର୍ଟ ଅବସ୍ଥା ଭଲ ନଥିବା ବେଳେ ତା ଉପରେ ଓଜନିଆ ମାଟି ବୋଝେଇ ହାଇୱା ସକାଳରୁ ରାତି ପର୍ୟ୍ୟନ୍ତ ଚଳାଚଳ କରିବା ଫଳରେ ଏହା କେତେବେଳେ ଭାଙ୍ଗିଯିବ ତାହା କହି ହେବ ନାହିଁ ବୋଲି ଛାତଡ଼ିପୁଟ ଗାଁର ବାଲେଶ୍ବର ନାୟକ, ପୁରୁପତି ହାଲବା, ଲକ୍ଷ୍ମଣ ହରିଜନ, କୁନୁ ଗାଦବା, ପର୍ଶୁରାମ ପେଣ୍ଟିଆ, କୃଷ୍ଣ ନାୟକ, ଲକିନାଥ ଗାଧବା, ବିଦୁ ଗାଧବା, ମଦନ ଗାଧବା, ମଦନ ଭୁମିଆ, ଖଗପତି ଗାଧବା, କୁଳଧର ହରିଜନ, ବଳଦେବ ପେଣ୍ଟିଆ, ଡମ୍ବୁରୁ ପେଣ୍ଟିଆ ପ୍ରମୁଖ କହିଛନ୍ତି।
ବାରମ୍ବାର କେନାଲ ରାସ୍ତା ମରାମତି କରିବାକୁ ଏବଂ ୪୦ବର୍ଷ ତଳେ ନିର୍ମାଣ ହୋଇଥିବା ଛୋଟ କଲଭର୍ଟ ଉପରେ ବଡ଼ ବଡ଼ ହାଇୱା ନ ଚଳାଇବା ପାଇଁ ବାରମ୍ବାର ଅଭିଯୋଗ କରିବା ପରେ ବି ଠିକା ସଂସ୍ଥା ଶୁଣୁ ନଥିବା ଏମାନେ ଅଭିଯୋଗ କରିଥିଲେ। ଆଜି ସକାଳୁ ଏମାନେ ହାଇୱା ଗୁଡ଼ିକୁ ସେହି ରାସ୍ତା ଦେଇ ଯିବାକୁ ଛାଡି ନଥିଲେ। ଉକ୍ତ ଠିକା ସଂସ୍ଥାର ଅଧିକାରୀ ମାନେ ଆସି ବହୁ ବୁଝାସୁଝା କରିଥିଲେ ହେଁ ଗ୍ରାମବାସୀ ମାନେ ଶୁଣି ନଥିଲେ। ପରେ ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ଘଟଣାସ୍ଥଳକୁ ଯାଇ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। ଏସଂପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ପୁଲିସ ନିକଟରେ ଏତଲା ଦେବେ ବୋଲି କହିଛନ୍ତି ଗ୍ରାମବାସୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/jpr-chatadiput-2.jpg)