ଭାରସାମ୍ୟ ହରାଇ ଓଲଟିଲା କାର,୩ ଗୁରୁତର

ନୂଆପଡା: ନୂଆପଡା ଜିଲ୍ଲା ଏନଏଚ ୩୫୩ର ତରବୋଡ ଗାଁ ନିକଟରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡିବାରୁ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନୂଆପଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆଜି ମଧ୍ୟାହ୍ନ ପ୍ରାୟ ୧୨.୩୦ରେ କେସିଙ୍ଗାରୁ ରାୟପୁରକୁ ମେଡିକାଲ କାମରେ ଦିଲ୍ଲିପ ଚନ୍ଦୱାନି, ହୁକୁମଚନ୍ଦ ଅଗ୍ରୱାଲ ଓ ବିନୋଦ ଅଗ୍ରୱାଲ ଯାଉଥିଲେ । ହଠାତ ତରବୋଡ ଗାଁ ନିକଟରେ ଭାରସାମ୍ୟ ହରାଇ କାର ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକ ଓ ତରବୋଡ ଫାଣ୍ତି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ଉଦ୍ଧାର କରି ନୂଆପଡା ମେଡିକାଲକୁ ପଠାଇଛନ୍ତି ।

ସମ୍ବନ୍ଧିତ ଖବର